ସେହିପରି ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଆରମ୍ଭ କରିବେ। ଏଥିପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ ହୋଇଛି । କଟକ ଏସ୍ସିବି ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅନ୍ୟ ପଟେ ଏବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ମଧ୍ୟ ରଖାଯାଇଛି । ୨୦୨୫ ରେ ଫୁଲବାଣୀ ଓ ୨୦୨୬-୨୭ରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ମୋହନ ସରକାରଙ୍କ ଲକ୍ଷ୍ୟ ରହିଛି। ୨୪ ବର୍ଷ ସରକାରରେ ଥାଇ ମଧ୍ୟ ବିଜେଡି ଯାହା କରିପାରିନଥିଲା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରି ବିଜେପି ସ୍ୱସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲିବକ ପରିବର୍ତ୍ତନ ଆଣିବାକୁ ପ୍ରତିଜ୍ଞା ବଦ୍ଧ .. ସୁସ୍ଥ ରହିବେ ଲୋକେ ଆଗେଇବ ଓଡ଼ିଶା।..
ଅଧିକ ଦେଖନ୍ତୁ :