ଆଜି ସକାଳୁ ପାଟଣାଗଡ ବ୍ଲକ ଅନ୍ତର୍ଗତ କେଣ୍ଡୁମୁଣ୍ଡି ଗାଁର କିଛି ଲୋକ ଅଟୋରେ ଖୁର୍ସେଲ ଗାଁକୁ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଘସିଏନ ପାଖରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତଙ୍କୁ ପାଟଣାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପାଟଣାଗଡ ଘସିଏନ ଗାଁ ନିକଟରେ ଅଟୋ ଓଲଟି ୧୪ ଗୁରୁତର । ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି।
ଆଜି ସକାଳୁ ପାଟଣାଗଡ ବ୍ଲକ ଅନ୍ତର୍ଗତ କେଣ୍ଡୁମୁଣ୍ଡି ଗାଁର କିଛି ଲୋକ ଅଟୋରେ ଖୁର୍ସେଲ ଗାଁକୁ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଘସିଏନ ପାଖରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତଙ୍କୁ ପାଟଣାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳାରେ ଖେଳିଯାଇଛି ଆନନ୍ଦ। ମୁଖ୍ୟମନ୍ତ୍ରୀଙ୍କର ସ୍ବାଗତ, ସମ୍ବର୍ଦ୍ଧନା ପାଇଁ ହେଉଛି ପ୍ରସ୍ତୁତି। ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିବେ ଅଞ୍ଚଳବାସୀ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମନପସନ୍ଦର ଖାଦ୍ୟ ମଧ୍ୟ ପରସିବେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ। ପିପୁଲ ସିଏମ ମୋହନ ମାଝୀ ପୂର୍ବାହ୍ନ ୯ଟା ୪୫ ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ଘଟଗାଁ ହାଇସ୍କୁଲ ର ଅସ୍ଥାୟୀ ହେଲିପ୍ୟାଡ ରେ ଅବତରଣ କରିବେ।
ସେଠାରୁ ଏକ ରୋଡ଼ ସୋ ରେ ଯାଇ ପ୍ରଥମେ ମା ତାରିଣୀ ଙ୍କୁ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ୧୨ଟା ୪୦ମିନିଟରେ ହେଲିକ୍ୟାପଟର୍ ଯୋଗେ କେନ୍ଦୁଝର ସର୍କିଟ୍ ହାଉସରେ ପହଞ୍ଚିବେ। ଏଠାରେ ମଧ୍ୟାହ୍ନ ଭୋଜନ ପରେ ୩ଟା ୧୦ମିନିଟରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ରୋଡ଼ ଶୋ କରି କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ଉଦବୋଧନ ଦେବେ। ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳାରେ ହେଲିକ୍ୟାପଟର୍ ଯୋଗେ ପହଞ୍ଚି ଝୁମ୍ପୁରାରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର, ଜଙ୍ଗଲ କ୍ଷୟ, ମାତ୍ରାଧିକ ପ୍ରଦୂଷଣ ପରିବେଶକୁ ପ୍ରଭାବିତ କରିବା ସହ ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ମଧ୍ୟ ପାଲଟିଛି। ତେଣୁ ଏହାର ମୁକାବିଲା କରିବା ସହ ଏକ ସୁସ୍ଥ ଏବଂ ସୁନ୍ଦର ଭବିଷ୍ୟତ ପାଇଁ ଏବେଠୁ ଉଦ୍ୟମ କରାଯିବାର ଆବଶ୍ୟକ ରହିଛି। ପୃଥିବୀକୁ ସୁସ୍ଥ ଓ ସବୁଜ ରଖିବା ବାର୍ତ୍ତା ନେଇ ଆଜି ବୁଦ୍ଧ ପାର୍କରେ ସେଭେନ୍ଥ ଆଭିନ୍ୟୁ ଓ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ୱାକାଥନ ଓ ସାଇକଲଥନ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ପୃଥିବୀକୁ ସୁସ୍ଥ ଓ ସବୁଜ ରଖିବା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜିଠୁ ଅଣସର ଦର୍ଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବାକୁ ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଲାଗିଛି। ଦାରୁବ୍ରହ୍ମଙ୍କୁ ଦର୍ଶନ ନପାଇ ଭକ୍ତଙ୍କ ମନ ବ୍ୟାକୁଳ। ଶ୍ରୀକ୍ଷେତ୍ର ଛାଡି ଶିଳାକ୍ଷେତ୍ରକୁ ଧାଇଁ ଆସୁଛନ୍ତି ଭକ୍ତ। ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଗହଳି ଚହଳି। ଭୋର ୪ଟାରେ ଫିଟିଥିଲା ଦ୍ବାର। ମଙ୍ଗଳ ଆଳତୀ, ଅବକାଶ, ତଡପଲାଗି, ବେଷ, ଗୋପାଳ ବହ୍ଲଭ ପରେ ୬.୩୦ରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଲମ୍ବା ଲାଇନରେ ଯାଇ ଅରଗଳି ବା ଭିତର କାଠ ଠାରୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ। ମନ୍ଦିରରେ ଭକ୍ତଙ୍କ ଭିଡକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କରାରାଇଛି କଡାକଡି।
ଗତକାଲି ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ଵରରେ ପିଡୀତ ଅଛନ୍ତି। ତେବେ ଗତକାଲି ଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇସାରିଥିବା ବେଳେ ଚଳିତ ବର୍ଷ ୧୩ ଦିନ ଧରି ଚାଲୁ ରହିବ। ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି। ଏହି ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ।
ଅଧିକ ପଢ଼ନ୍ତୁ ଓଡିଶା ଖବର: