ଘର
ଓଡ଼ିଶା
ମୁଳରୁ ସୁବିଧା ପାଇନାହାନ୍ତି, ଆମ ପଞ୍ଚାୟତ ବିକାଶ ବହିରେ ବାହାରିଲା ଫଟୋ
ମୁଳରୁ ସୁବିଧା ପାଇନାହାନ୍ତି, ଆମ ପଞ୍ଚାୟତ ବିକାଶ ବହିରେ ବାହାରିଲା ଫଟୋ
by Smruti Parija
ବାଲେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁ ରେ ମିଛ ପ୍ରଚାର କରୁଛନ୍ତି ବିଜେଡି ସରକାର । ଯାହାର ପୋଲ୍ ଖୋଲିଛନ୍ତି ଜଣେ ମହିଳା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ କୌଣସି ସୁବିଧା ପାଇନଥିବା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ବବିତା ଦାସଙ୍କ ଫଟୋକୁ ବିଷ୍ଣୁପୁର ପଂଚାୟତର ଆମ ପଞ୍ଚାୟତ ବିକାଶ ବହିରେ ଛପା ଯାଇ ବଣ୍ଟା ଯାଇଛି । ପୁଣି ଏହି ବହିରେ ବବିତା ଦାସ ନାମକ ମହିଳା ଜଣକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ସମ ହସ୍ପିଟାଲରେ ଷ୍ଟୋନ ଅପରେସନ ହୋଇଥିବା ନେଇ ବିଜେଡିର ମିଛ ପ୍ରଚାରକୁ ନେଇ ବବିତା ଦାସ ବିରୋଧ କରିଛନ୍ତି ।
ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ମହିଳାଙ୍କ ନାମରେ ମିଛ ଫଟୋ ପ୍ରଚାର ପରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ମହିଳାଙ୍କ ସ୍ୱାମୀଙ୍କ କହିବା କଥା ମୋ ସ୍ତ୍ରୀର ଅପରେସନ ହେଲା ମୁଁ କେମିତି ଜାଣିପାରିଲିନି ନାହିଁ । ରାଜ୍ୟ ସରକାର ମିଛ ପ୍ରଚାର କରି ମୋ ସ୍ତ୍ରୀ ଏବଂ ଆମ ପରିବାରର ସମ୍ମାନ ହାନି କରିଛନ୍ତି ।
କିଛି ଦିନ ପୂର୍ବରୁ ପଂଚାୟତର ପିଇଓ ଲଷ୍ମୀପ୍ରିୟା ପଣ୍ଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଛ କି ନାହିଁ କହି ଫୋଟ ଦେବା ପାଇଁ କହିଥିଲେ । କିନ୍ତୁ ଏବେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ସରକାର ମିଛ ପ୍ରଚାର କରି ବବିତା ଦାସ ସମ ହସ୍ପିଟାଲରେ ପୀତକୋଷରେ ଷ୍ଟୋନ ଅପରେସନ ହୋଇ ସ୍ୱାସ୍ଥ୍ୟ ସେବା ପାଇଥିବା ପଂଚାୟତରେ ବହି ମାଧ୍ୟମ ବଣ୍ଟା ଯାଉଛି ।
ଏହାକୁ ନେଇ ବିଜେପି ଜୋନାଲ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭଦ୍ରା ପାଢ଼ୀ ବିଜେଡିର ମିଛ ପ୍ରଚାରକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ବିଜେଡି ସରକାର ଘରେ ଘରେ ଆସନ୍ତି ତିଆରି କରିବା ପାଇଁ ଯୋଜନା କରିଥିବା କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...