ଏହି ପ୍ରଶିକ୍ଷକ ମାନଙ୍କର ପରୀକ୍ଷା ସ୍କୁଲ ମାଧ୍ୟମରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଦ୍ୱାରା ଗଠିତ କ୍ରୀଡା, ଶାରୀରିକ ଶିକ୍ଷା, ଫିଟନେସ ଏବଂ ଅବକାଶ ଦକ୍ଷତା ପରିଷଦ ଦ୍ୱାରା ପ୍ରଦାନ କରାଯିବ ।
ଏହି କୋର୍ସ 4 ରୁ 5 ମାସ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପୂର୍ବରୁ କରାଟେ ସ୍କୁଲ ଓଡିଶା ସରକାରଙ୍କ ସହଯୋଗୀତା ମାଧ୍ୟମରେ ରିଆକ୍ଟ ଆତ୍ମରକ୍ଷା ପ୍ରଶିକ୍ଷଣକୁ ରାଜ୍ୟର 17 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରୀଙ୍କୁ ପ୍ରଦାନ କରିସାରିଛି ।
ଏହାସହ ଶାରୀରିକ ଦକ୍ଷତା ଓ ଫିଟନେସ୍ ପ୍ରଶିକ୍ଷଣରେ ଏହା ଓଡିଶାର ଅଗ୍ରଣୀ ସଂସ୍ଥା ଅଟେ । ଏହା ଯେଉଁମାନେ ଫିଟନେସ୍ କୋଚ ଅଛନ୍ତି ମାତ୍ର ତାଙ୍କର ନିକଟରେ ପ୍ରମାଣ ପତ୍ର ନାହିଁ ସେମାନେ ମଧ୍ୟ ଏହି ଅନୁଷ୍ଠାନରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ ପ୍ରମାଣପତ୍ର ସଂଗ୍ରହ କରିପାରିବେ ।