ତାମିଲନାଡୁର ନେତା ଆସି ଓଡ଼ିଶାର କ୍ଷମତା ଅକ୍ତିଆର କରିବାକୁ ଦିବା ସ୍ଵପ୍ନ ଦେଖନ୍ତି । ଖାଲି ସ୍ଵପ୍ନ ଦେଖୁଛନ୍ତି ତାହା ନୁହେଁ ବରଂ ବାସ୍ତବତାରେ ପରିଣତ କରିବାକୁ ଚେଷ୍ଟା ବି କରନ୍ତି । କାରଣ ବିଜେଡି ନେତାଙ୍କ ଲାଗି ସେ ଯେମିତି ଭାବରେ ପ୍ରଚାର କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ବିଜେଡିର ସର୍ବେସର୍ବା ହେବାକୁ ସେ ପ୍ରତି କ୍ଷଣରେ ଚେଷ୍ଟା କରୁଛନ୍ତି । ପ୍ରଥମେ ଚାକିରି କରିଥିବା ବେଳେ ଦଳୀୟ କଥା ବୁଝିଲେ, ପରେ ପରେ ସ୍ଵେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଲେ । ଏହା ପରେ ବି ସରକାରୀ ଦପ୍ତର କଥା ବୁଝିବାରେ କୌଣସି ଅବହେଳା କଲେନି । ଜାଣିଶୁଣି କ୍ଷମତାର ଦୁରୁପଯୋଗ ବି କଲେ । କ୍ଷମତାର ଅନ୍ଧ ଗଳିରେ ସେ ଏମିତି ଅନ୍ଧ ହୋଇଗଲେ ଯେ ଓଡ଼ିଆ ନେତାଙ୍କୁ ହୀନିମାନ ନଜରରେ ଦେଖିଲେ । କେତେବେଳେ ମଂଚରେ ଆଉ କାହାକୁ କହିବାକୁ ସୁଯୋଗ ଦେଲେନି ତ ଆଉ କେତବେଳେ ମାଇକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିଲେ । ହେଲେ ଚିଲିକାରେ ସେ ଯେଉଁ ପରି ଭାବରେ ବ୍ୟବହାର ଦେଖାଇଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଓଡ଼ିଆଙ୍କୁ ବେଜିତ କରିବାରେ ପାଣ୍ଡିଆନ ସିଦ୍ଧହସ୍ତ ।
ପ୍ରତି ମୁହୂର୍ତ୍ତରେ ସୀମା ପାର କରୁଛନ୍ତି ପାଣ୍ଡିଆନ । ନବୀନଙ୍କ ପାଖରେ ରହିଥିବାରୁ ମନେ ମନେ ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି । ଖାଲି ଭାବୁଛନ୍ତି ତାହା ନୁହେଁ ବରଂ ପାୱାର ବି ୟୁଜ କରୁଛନ୍ତି । ପୂର୍ବରୁ ଯାହା ତ କରୁଥିଲେ କରୁଥିଲେ ହେଲେ ଏବେ ସର୍ବସାଧାରଣଙ୍କ ସାମ୍ନାରେ ବିଜେଡି ନେତାଙ୍କୁ ବେଜିତ କରୁଛନ୍ତି ତାହାକୁ ସହଜରେ ଦଳୀୟ ନେତା ତ ଗ୍ରହଣ କରୁନାହାନ୍ତି ସାଧାରଣ ଜନତା ବି ଗ୍ରହଣ କରିବେ କେମିତି ? କଥା ହେଲା ନେତା ହେବା ପାଇଁ ପାଣ୍ଡିଆନ ବ୍ୟାକୁଳ, ହେଲେ କେମିତି ବ୍ୟବହାର କରାଯାଏ ତାହା ଗ୍ରହଣ କରିବାକୁ ନା ତାଙ୍କର ଇଚ୍ଛା ଅଛି ନା ଧୈର୍ଯ୍ୟ ଅଛି । ତେବେ ସମୟ କହିବ ଏ ଅଭଦ୍ରାମୀର ଜବାବ ଭୋଟର ଭାଇ ଓ ଭଉଣୀ ମାନେ କେମିତି ଦେଉଛନ୍ତି ?