ତେଣୁ ତାଙ୍କୁ ନିଜ ପଦବୀରୁ ନିଲମ୍ବନ ସହ, ରାଜ୍ୟରୁ ତଡିପାର କରାଯାଉ । ଯେମିତି ସେ ଆଉ ନିର୍ବାଚନରେ ବିଜେଡିକୁ ସହଯୋଗ କରିପାରିବେନି । ସେ ତାଙ୍କ ସ୍ୱାମୀ ପୂର୍ବତନ IAS ତଥା ବର୍ତ୍ତମାନର ବିଜେଡି ନେତାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛନ୍ତି । ନିର୍ବାଚନରେ ସ୍ୱଚ୍ଛତା ପାଇଁ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ତିନି ଜଣ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡିଏସ କୁଟ୍ଟେ ଓ IPS ଆଶିଷ ସିଂହ ପୂର୍ବରୁ ମିଶନ ଶକ୍ତିର ଅଧ୍ୟକ୍ଷ ସୁଜାତା କାର୍ତ୍ତିକେୟନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ECI ନିର୍ଦ୍ଦେଶ ଦେଇଛନ୍ତି ।
ଏହି ତିନି ଅଫିସର ଭାରତୀୟ ନିର୍ବାଚନ କମିସନଙ୍କ ଆଦର୍ଶ ଆଚରଣ ବିଧି ଉଲଂଘନ କରିବା ସହ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଟକ୍ଟ ରୁଲ୍ କୁ ବି ଉଲଂଘନ କରୁଛନ୍ତି । ସରକାରୀ ଚାକିରିରେ ଥିବା ପରେ ବି ସ୍ଵାମୀଙ୍କ ପାଇଁ ବିଜେଡି ପ୍ରଚାରରେ ଲାଗିଥିଲେ । ଖାଲି ପ୍ରଚାରରେ ଲାଗିଥିଲେ ତାହା ନୁହେଁ ବରଂ ଏସଏଚ୍ଜି ମହିଳାଙ୍କୁ ଭୋଟ୍ ଦେବାକୁ ବାଧ୍ୟ କରୁଥିଲେ । ଏନେଇ ଥିରେ କି ଦୁଇଥର ନୁହେଁ ବରଂ ବାରମ୍ବାର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ସେଇଥି ଲାଗି ସୁଜାତା କାର୍ତ୍ତିକେୟନଙ୍କ ପଦ ଯାଇଥିଲା ।
ସରକାରୀ ଚାକିରିରେ ଥିବା ପରେ ବି ସ୍ଵାମୀଙ୍କ ପାଇଁ ବିଜେଡି ପ୍ରଚାରରେ ଲାଗିଥିଲେ । ଖାଲି ପ୍ରଚାରରେ ଲାଗିଥିଲେ ତାହା ନୁହେଁ ବରଂ ଏସଏଚ୍ଜି ମହିଳାଙ୍କୁ ଭୋଟ୍ ଦେବାକୁ ବାଧ୍ୟ କରୁଥିଲେ । ପୂର୍ବରୁ ଏନେଇ ଥିରେ କି ଦୁଇଥର ନୁହେଁ ବରଂ ବାରମ୍ବାର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ସେଇଥି ଲାଗି ସୁଜାତା କାର୍ତ୍ତିକେୟନଙ୍କ ପଦ ଯାଇଥିଲା ।