ଏପରିକି ବିଜେପି ପ୍ରଥମ ପର୍ଯ୍ୟାୟରେ ୨ ତାରିଖରୁ ଘୋଷଣା କରି ସାରିଥିବା ୧୩ ଆସନରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ପ୍ରାଥି ଦେଇ ପାରିନି ବିଜେଡି । ଚିଲିକା,ଖଣ୍ଡପଡା, ପଦ୍ମପୁର, କୁଚିଣ୍ଡା, ଦେବଗଡ଼,ବଡ଼ଚଣା,କୋରେଇ, ନିମାପଡ଼ା, ଅନୁଗୁଳ, ଆନନ୍ଦପୁର,କଣ୍ଟାବାଞ୍ଜି,ରେମୁଣା, ସିମୁଳିଆ ଭଳି ସ୍ଥାନରେ ପ୍ରାଥି ଦେଇ ପାରିନି ବିଜେଡି । କୁହା ଯାଉଛି ଅନ୍ତଃ କନ୍ଦଳ ଭୟ ଏବଂ କ୍ୟାଣ୍ଡେଟ ନଥିବାରୁ ଆମଦାନୀ ନେତା ଙ୍କ ଅପେକ୍ଷାରେ କ୍ୟାଣ୍ଡେଟ ଙ୍କ ନାଁ ଘୋଷଣା କରି ପାରୁନି ବିଜେଡି । ସେପଟେ 2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ , 2014ରେ 26 ପ୍ରତିଶତ ଓ 2019ରେ 16 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି । କେନ୍ଦ୍ରୀୟ ନେତୃତ୍ବ ନଜରରେ ସବୁଠୁ ୱିକ୍ ପଏଣ୍ଟରେ ଓଡିଶା ଥିବାରୁ ଭୋଟ ହାର ଆହୁରି ଖସି ଏକ ଅଙ୍କକୁ ଖସିଆସିବା ଚର୍ଚ୍ଚା ହେଉଛି । ରାଜ୍ୟରେ କଂଗ୍ରେସ ଭୋଟ ଖସିବାର ବଡ ଲାଭ ବିଜେପି ନେଉଥିବା ବେଳେ ବିଜେଡି ଖାତାକୁ ଅଳ୍ପ ଯାଉଛି । ଏଭଳି ସ୍ଥିତି ରେ ଦେଶ ରେ ଥିବା ମୋଦୀ ହାଓ୍ବା ବିପକ୍ଷରେ କଂଗ୍ରେସ କିପରି ଲଢ଼ିପାରୁଛି ତାହା ଦେଖିବାକୁ ଅପେକ୍ଷା ।
ଅଧିକ ପଢନ୍ତୁ ଓଡ଼ିଶା ଖବର