ଅଧିକ ପଢନ୍ତୁ :
ସେହିଭଳି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଦାଦନ ସମସ୍ୟା ଏକ ପ୍ରମୁଖ ସମସ୍ୟା ଅଟେ । ଆଜି ଚାଷୀ କଟନି ଛଟନିର ଶିକାର ହୋଇ ଦଲାଲ ହାତରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ବିକାଶ ନାଁ ରେ କେବଳ କର୍ମୀ ଓ ଠିକାଦାର ପୋଷୁଛନ୍ତି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାରଙ୍କ ବିଧାୟକ ପ୍ରାୟ ୧୦ ବର୍ଷ ଶାସନାଧୀନ ଥିବା ବେଳେ ଆଜି ବି ପରିବର୍ତ୍ତନ ହୋଇନାହିଁ । ତେଣୁ ଆଜି ବିଜେପି ପକ୍ଷରୁ ମମିତା ମେହେରଙ୍କୁ ନ୍ୟାୟ ଏବଂ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରାଯାଇଛି ।