ଘର
ଓଡ଼ିଶା
ତାମିଲ ବେପାରୀ ହେଉଛନ୍ତି ମାଲେମାଲ୍
ତାମିଲ ବେପାରୀ ହେଉଛନ୍ତି ମାଲେମାଲ୍
by Banajyotshna Ray
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଗୁଡି କଳାପଥର ଖାଦାନ । ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀରେ ଥିବା କଳାପଥର ଖାଦାନ ବାଗୁଡିରେ ମାତିଛନ୍ତି ମାଫିଆ । ଖୋଦ୍ ଶାସକ ବିଜୁ ଜନତା ଦଳର ନେତାଙ୍କ ଛତ୍ରଛାୟା ତଳେ ଚାଲିଛି ବେଆଇନ୍ କଳାପଥର ବ୍ୟବସାୟ । ପିସି ନେଉଛନ୍ତି ତାମିଲ ବାବୁ । ରାଜ୍ୟ ରାଜସ୍ୱରେ ଚୂନ ଲଗାଇ ବିଜେଡି ପାଇଁ ସଂଗ୍ରହ ହେଉଛି ନିର୍ବାଚନ ପାଣ୍ଠି । ଆଉ ଦେଖାଣାହାରୀ ସାଜିଛି ପୋଲିସ ଓ ଜିଲ୍ଲା ପ୍ରଶାସନ । ସୋର ପୋଲିସ ହାତରେ ବିଜେଡି ନେତାଙ୍କ ଠାରୁ ପଥର ଚୋରିରେ ବ୍ୟବହାର ହେଉଥିବା ନିଷିଦ୍ଧ ବିସ୍ପୋରକ ସାମଗ୍ରୀ ଜିଲୋଟିନ ଜବତ । ହେଲେ ପୋଲିସର ଆକ୍ସନ ଶୂନ । ଅଭିଯୋଗ ଅନୁସାରେ ବିଜେଡି ନେତା ତଥା ସୋର ବିଧାୟକ ପ୍ରାର୍ଥୀ ମାଧବ ଧଡା , ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ , ଜୟରାମ ଦାସ, ଅଖିଳରାମ ଜେନାଙ୍କ ଚାପରେ ପୋଲିସ ଅଭିଯୁକ୍ତ ବିଜେଡି ନେତା ରାଜେନ୍ଦ୍ର ପ୍ରଧାନଙ୍କୁ ଗିରଫ କରୁନାହିଁ । ତାଙ୍କ ଗାଡି ରୁ 6000 କିଲୋ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ଆଉ ବିଜେପି ଅଭିଯୋଗ କରିଛି ବାଗୁଡିର ଏହି ବେଆଇନ୍ ଖାଦାନର ଟଙ୍କା ନିର୍ବାଚନ ପାଣ୍ଠିରେ ବ୍ୟବହାର ହେଉଥିବା ହେତୁ ବିଜେଡି ନେତା ଓ ଜିଲ୍ଲାପ୍ରଶାସନ ଚାପରେ ପୋଲିସ ଚୁପ୍ ।
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଳାପାହଡ ଖାଦାନ ଡଙ୍କାରୀ ଓ ବିଛାଖଣ୍ଡିର । ଆଉ ଏଠି ବି ଚାଲିଛି ତାମିଲ ବେପାରୀଙ୍କ ରାଜ । ବେଆଇନ୍ ଭାବେ ଖଣି ଉତ୍ତୋଳନ ହୋଇ ହଜାର ହଜାର କୋଟି ହେଉଛି ଲୁଟ୍ । ମାଫିଆ ଲୁଟ୍ କରୁଥିବା ଏହି ଟଙ୍କା ବନିଛି ବିଜେଡିର ନିର୍ବାଚନ ପାଣ୍ଠି । ଯାଜପୁର ଜିଲ୍ଲାର 3 ପରିବାରର ଛତ୍ରଛାୟା ଚାଲିଛି ଲୁଟ । ଏଠି ଲୋକଙ୍କ ସ୍ୱପ୍ନକୁ କରାଯାଉଛି ଚୋରି । ଆଉ ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତି ରାତି ବନାଯାଉଛି ନଗଡା । ଓଡିଶାକୁ ଲୁଟୁଛନ୍ତି ତାମିଲ୍ ବାବୁ । ଓଡିଶାର ଖଣି ଖାଦାନ ଲୁଟରେ ତାମିଲ ଏଣ୍ଡ କୋ । ଆଉ ତାଙ୍କୁ ସହଯୋଗ କରୁଛନ୍ତି କ୍ରୀତଦାସ ଓ ଟ୍ରାଫିକ୍ ପୋଲିସ ସାଜିଥିବା ବାବୁମାନେ । ବାଲେଶ୍ୱର ଓ ଯାଜପୁରର ପ୍ରାକୃତିକ ସମ୍ପଦ ଲୁଟି ଏବେ ଚର୍ଚ୍ଚାରେ ଉଭୟ ଜିଲ୍ଲାର ବିଜେଡି ନେତା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: