ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ, ଛତା, ଓଦା ଗାମୁଛା ନେବା ପାଇଁ ନିବେଦନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡ଼ାଇରେକ୍ଟର ଲଷ୍ମୀଧର ସାହୁ । ଯଦି ଖରାରେ ମୁଣ୍ଡ ବୁଲାଉଛି ତେବେ ପ୍ରାଥମିକ ଚିକିତ୍ସା ସ୍ୱରୂପ ପ୍ରଥମେ ଓଦା କପଡ଼ାରେ ମୁଣ୍ଡ ପୋଛିବା ସହ ,ଲେମ୍ୱୁ ଲୁଣ,ଚିନି ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଶରୀରରୁ ଝାଳ ବାହାରିଲେ ସୋଡିୟମ ଲେବୁଲ କମି ଯାଏ । ତେଣୁ ଖରା ଦିନରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।
ତାତିରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା। ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା। ଆଗକୁ ଆହୁରି ଅଣାୟତ୍ତ କରିବ ଖରା ବୋଲି ସତର୍କ କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛ ।
ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗତକାଲି ୬ଟି ସହରରେ ତାପମାତ୍ରା ୪୧ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା । ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୧.୮ ଡିଗ୍ରୀ ରେକର୍ଡ ହୋଇଥିଲା ।