ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ବାସ ରହିଛି। ତେବେ ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଅନେକ ଗୁଡ଼ିଏ ସ୍ବତନ୍ତ୍ର ନୀତି କାନ୍ତି ରହିଛି ମହାପ୍ରଭୁଙ୍କର। ତେଣୁ ଭକ୍ତମାନଙ୍କ ଦର୍ଶନ ବନ୍ଦ ରଖାଯାଇଥିବା ବେଳେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ସହ ରଥ ଟାଣି ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରିବେ। ଏପଟେ ରଥଯାତ୍ରା ଆଉ କିଛିଦିନ ଥିବାରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ନିର୍ମାଣ କାର୍ଯ୍ୟ। ସେପଟେ ଆସନ୍ତାକାଲି ମଙ୍ଗଳବାର ପୁରୀ ଟାଉନହଲ୍ ଠାରେ ତୃତୀୟ ତଥା ଅନ୍ତିମ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବନ୍ଦୋବସ୍ତ ଓ ବ୍ୟବସ୍ଥା ଉପରେ ସମୀକ୍ଷା କରିବେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: