ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ଏହାଦ୍ବାରା କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ପୂର୍ବ ସରକାରରେ ବିଭିନ୍ନ ବିଭାଗରେ ନିଯୁକ୍ତ ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କରାଗଲା। ପୂର୍ବ ସରକାରଙ୍କ ସମୟରେ ରାଜ୍ୟର ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ଅନେକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆ ଯାଇଥିଲା।
ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ଏହାଦ୍ବାରା କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ 6 ଜଣ ଆହତ ମଧ୍ୟରୁ କେ.କେ ବାରିକଙ୍କୁ ପ୍ଲାଣ୍ଟ ଭିତରେ ପ୍ରାଥମିକ ଚିକିତ୍ସା କରି ଛାଢ଼ି ଦିଆଯାଇଛି । ଆଉ 5 ଜଣ ଗୁରୁତରଙ୍କୁ ଆଇ.ଜି.ଏଚର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି ।
Sms 1 ସେଡ଼ରେ ପ୍ରତ୍ୟେକ ଦିନ ଜମେ ନିଆଁ ପିଣ୍ଡୁଳା । ଆଉ ସେହି ନିଆଁ ପିଣ୍ଡୁଳା ପ୍ରତ୍ୟେକ ଦିନ ସଂଫା ହେବା ଆବଶ୍ୟକ ତାହା ମଧ୍ୟ ତଳେ ପାଣି ନଥିବା ଜରୁରୀ । କିନ୍ତୁ ଅନେକ ଦିନ ହେଲା ସଫା ନହେବା ଫଳରେ ତଳେ ପାଣି ଲିକ୍ କରି ଜମିବା ହେଉଛି ଦୁର୍ଘଟଣାର କାରଣ । ସେଡ଼ ସଫା ସମୟରେ ନିଆଁ ପିଣ୍ଡୁଳା ପାଣିରେ ପଡ଼ି ବିସ୍ପୋରଣ ହେବା ଯୋଗୁଁ ହିଁ ଦୁର୍ଘଟଣା ଘଟିଛି । ଫଳରେ 5 ଜଣ ଗୁରୁତର ହୋଇଛନ୍ତି ।
ଶ୍ରମିକ ସଂଗଠନ କହିଛି ଯେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ କେବଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉନାହିଁ । ଫଳରେ ଏଭଳି ଦୁର୍ଘଟଣା ଘଟୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍ୟ ବିଦ୍ୟାଳୟରେ ପଡୁନି ତାଙ୍କ ପାଦ । ପିଲାଙ୍କୁ ପାଠ ପଢ଼େଇବା ବଦଳରେ ନିଜ ଦୋକାନରେ ପ୍ରଧାନଶିକ୍ଷକଙ୍କ ବିତୁଛି ସମୟ । ଅଭିଯୋଗ କଲେ ମିଳୁଛି ଧମକ । ଏ ବାବଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଉପରିସ୍ଥ ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି ।
ଶେଷରେ ବାଧ୍ୟ ହୋଇ ଅଭିବାବକମାନେ ଗୁରୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପକେଇଲେ ତାଲା । ସମାଧାନ ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ପଡିବ ତାଲା ଅଭିବାବକ ଦେଲେ କଡା ଚେତାବନୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର