ରାଜ୍ୟର ପଛୁଆ ଜିଲ୍ଲା କୁହାଯାଉଥିବା ବଲାଙ୍ଗିରରୁ ଏତେ ପରିମାଣରେ ଟଙ୍କା ରେଡ୍ ହେବା ପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି କାହାକୁ ଛଡ଼ା ଯିବନି ବୋଲି କହିଥିଲେ । ଏମିତିକି ମଦ ଟଙ୍କା କାଳେ ବିଜେଡିର ନିର୍ବାଚନ ପରିଚାଳନାରେ ଖର୍ଚ୍ଚ ହୋଇଥାଆନ୍ତା ବୋଲି ବିରୋଧୀ ଅଭିଯୋଗ କଲେ । ଏମିତିକି ଶାସକ ଦଳର ମନ୍ତ୍ରୀ ବିଧାୟକଙ୍କ ସହ କାଳେ ଧୀରଜଙ୍କର ଭାରି ଭଲ ସମ୍ପର୍କ, ଖାଲି ଏତିକି ନୁହେଁ ବୌଦ୍ଧରେ ଏକ କମ୍ପାନୀର ଉଦଘାଟନ ବି କରିଥିଲେ ନବୀନ । ଏତେ ସବୁ ପରେ କିନ୍ତୁ ମୁହଁ ଖୋଲିନଥିଲେ ନୀବନ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢୁଥିବା ବେଳେ ଧର୍ମେନ୍ଦ୍ରଙ୍କ ଠାକୁର ଘରେ କିଏ କଦଳୀ ଖାଇନ ଉକ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ।