ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସକାଳେ ମା ଶାରଳାଙ୍କ ଦର୍ଶନ କରିଥିଲେ । ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ବିକାଶ ମେଳାର ଷ୍ଟଲ୍ ମାନଙ୍କରେ ପରିଭ୍ରମଣ କରି ଥିଲେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା। ମିଶନ ଶକ୍ତି ମହିଳା ମାନଙ୍କର ବିଭିନ୍ନ ଷ୍ଟଲ ମାନଙ୍କରେ ବୁଲି ମହିଳା ମାନଙ୍କର ନିକଟତର ହୋଇ ଥିଲେ ଉପମୁଖ୍ୟ ମନ୍ତ୍ରୀ। ଜଗତସିଂହପୁର ଜିଲ୍ଲାର ୧୦ ହଜାରରୁ ଉର୍ଦ୍ଧ୍ବ ମହିଳା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସ୍ବାଗତ କରିବାକୁ ସଭାରେ ଉପସ୍ଥିତ ଥିବା ବେଳେ ପ୍ରଭାତୀ ଅପାଙ୍କୁ ଦେଖିବାକୁ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର