ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପେଟ୍ରୋଲିଂ ବେଳେ ଶିମିଳିପାଳ ଜଙ୍ଗଲରୁ 9 ଶିକାରୀ ଗିରଫ । ବନ୍ଧୁକ ସହ ଶିକାରୀଙ୍କୁ ବାନ୍ଧିଛି ସ୍ପେଶାଲ ଟାଇଗର ରିଜର୍ଭ ଫୋର୍ସ । ସେମାନଙ୍କଠାରୁ 30 କେଜି ସମ୍ବର ମାଂସ ଜବତ ହୋଇଛି । ଶିକାର ପାଇଁ ରାତି ଅଧରେ ଜଙ୍ଗଲରେ ପଶିଥିଲେ 40 ଶିକାରୀ । 9 ଜଣ କାବୁ ହୋଇଥିବାବେଳେ ଅନ୍ୟ ମାନେ ଖସି ପଳାଇଥିବା ସୂଚନା ରହିଛି । ତେବେ ଏହି 40 ଜଣ ଉଦଳା କୁନ୍ଦବାଇ ପଞ୍ଚାୟତର ତଳଦିହା, ଜମଡିହ ଓ ପାଟ୍ଟଶାଣିପୁର ପଞ୍ଚାୟତର ଖାଲିଡିହି ଅଞ୍ଚଳର ବୋଲି ଜଣାପଡିଛି । ଖସି ପଳାଇଥିବା ଶିକାରୀଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: