ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପୂର୍ବତନ ମନ୍ତ୍ରୀ, ତଥା ଭଦ୍ରକ ଭଣ୍ଡାରିପୋଖୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ 9ଟି ଠିକଣାରେ ଇଡି ଚଢ଼ାଉ ପରେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ 20 କୋଟି ଟଙ୍କା ଦୁର୍ନୀତି ମାମଲା ନେଇ ଅଭିଯୁକ୍ତ ଅଛନ୍ତି ସାମଲ ବାପ ପୁଅ। ଭୁବନେଶ୍ବରରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ନାଁରେ ଥିବା ଘରୁ 10 ଲକ୍ଷ ନଗଦ ଟଙ୍କା ମିଳିଥିଲା । ଚଢ଼ାଉବେଳେ ଦାମୀ ଗାଡ଼ି ବି ଜବତ କରିଥିଲା ଇଡି । ଭଦ୍ରକର ସବୁଠାରୁ ବଡ଼ ଇଞ୍ଜିନିୟରିଂ କଲେଜ, ବରପଦା କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି । ଏଠି ମହାଦୁର୍ନୀତିର ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: