ଗରିବ ଓଡ଼ିଶାବାସୀଙ୍କୁ ଲୁଟି ଛିଡ଼ା କରାଯାଇଛି ଏ ଟଙ୍କାର ପାହାଡ଼। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେତେ ପ୍ରଭାବଶାଳୀ ହେଲେ ବି କେଳେଙ୍କାରୀରେ ସମ୍ପୃକ୍ତ କାହାରିକୁ ଛାଡ଼ିବେନି ମୋଦି ସରକାର। ଅଭିଯୁକ୍ତ କଂଗ୍ରେସ ସାଂସଦଙ୍କ ପରିବାର ଲଗାତାର ଓଡ଼ିଶାରେ କରିଆସୁଥିଲା ବ୍ୟବସାୟ। ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ। ଏତେ ଟଙ୍କା, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଓଡ଼ିଶା ଭଳି ରାଜ୍ୟରେ ମଦରୁ ଏତେ ଟଙ୍କା ଆଦାୟ ହେବା ଆଶ୍ଚର୍ଯ୍ୟର କଥା। କିନ୍ତୁ ପ୍ରଶ୍ନ ଉଠୁଛି ଏତେ ଟଙ୍କା ଆଦାୟ ହେଲା ନା ଆଦାୟ କରାଗଲା।
ସବୁଠାରୁ ବଡ଼ ଆଙ୍ଗୁଳି ଉଠୁଛି ଓଡ଼ିଶାର ଶାସନ କଳ ଓ ଶାସକ ଦଳ ଉପରେ। ଆଉ ପ୍ରଶ୍ନ ଘେରକୁ ଆସିଛି ରାଜ୍ୟ ସରକାରଙ୍କ ମଦ ନୀତି। ଅଭିଯୋଗ ହେଉଛି ଉଦ୍ଦେଶ୍ୟ ମୂଳକ ଭାବେ ଦେଶୀମଦକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତୁତ କରାଯାଇଛି ମଦ ନୀତି । ମନଇଚ୍ଛା ଟଙ୍କା ଆଦାୟ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି। 25 ବର୍ଷ ହେଲା ରାଜ୍ୟରେ ହୋଇନାହିଁ ମଦ ଲାଇସେନ୍ସ ପାଇଁ ଚେଣ୍ଡର। ବାରମ୍ବାର ମୁଷ୍ଟିମେୟ ଲୋକଙ୍କର ମଦ ବ୍ୟବସାୟ ଲାଇସେନ୍ସ ରିନ୍ୟୁ କରାଯାଉଛି । ଆଉ ଏହି ବ୍ୟବସାୟୀ ମାନେ ହିଁ ଶାସକ ବିଜେଡିର ଦଳୀୟ ଫଣ୍ଡିଂର ଆଗରେ।
ମଦ ସାମ୍ରାଜ୍ୟର ଗୁମର ଖୋଲୁଛି ତା ସହ ସାମ୍ନାକୁ ଆସୁଛି ମଦ ବ୍ୟବସାୟୀଙ୍କ ସହ ବିଜେଡି ନେତା ଓ ମନ୍ତ୍ରୀଙ୍କ ଲିଙ୍କର ପ୍ରମାଣ। ରାଜ୍ୟ ପୋଲିସ, ଅବକାରୀ ବିଭାଗରୁ ନେଇ ଭିଜିଲାନ୍ସ ଏତେ ତଦନ୍ତକାରୀ ସଂସ୍ଥା କାହିଁକି ଚୁପ୍ ଥିଲେ ତାହା ସବୁଠାରୁ ବଡ଼ ପ୍ରଶ୍ନ।
ଅଧିକ ପଢନ୍ତୁ ଓଡ଼ିଶା ଖବର