ଅଧିକ ପଢନ୍ତୁ ଓଡ଼ିଶା ଖବର
ସମସ୍ୟାର ଗନ୍ତାଘର ହେଉଛି ଗଜପତି ଜିଲ୍ଲାର ଆର. ଉଦଗିରି ବ୍ଲକ ଅନଗା ପଞ୍ଚାୟତର ତୁବୁସିଂଗ, ବାଲିଗୁମ୍ମା, ଭେନୁସାହି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି । ଗାଁକୁ ରାସ୍ତା ନାହିଁ କି ପାଣି । ଭୋଟ ବର୍ଜନ କରିବାକୁ ଦେଉଛନ୍ତି ସ୍ଲୋଗାନ ।
ଅର୍ଗସ ବ୍ୟୁରୋ : ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲା ନାହିଁ ପ୍ରଶାସନ । ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ । ୩ଟି ଗାଁର ଲୋକେ ଆନ୍ଦୋଳନ କରୁଛନ୍ତି । ସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ ପାଇଁ ଦେଇଛନ୍ତି ଚେତାବନୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମସ୍ୟାର ଗନ୍ତାଘର ହେଉଛି ଗଜପତି ଜିଲ୍ଲାର ଆର. ଉଦଗିରି ବ୍ଲକ ଅନଗା ପଞ୍ଚାୟତର ତୁବୁସିଂଗ, ବାଲିଗୁମ୍ମା, ଭେନୁସାହି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି । ଗାଁକୁ ରାସ୍ତା ନାହିଁ କି ପାଣି । ଭୋଟ ବର୍ଜନ କରିବାକୁ ଦେଉଛନ୍ତି ସ୍ଲୋଗାନ ।
ଅର୍ଗସ ବ୍ୟୁରୋ: ସମ୍ୱଲପୁର ବିଜେଡିକୁ ବଡ ଝଟକା। ବିଜେଡି ଛାଡିଲେ ମୋତିଲାଲ୍ ତନ୍ତି ଓ ରୀନା ତନ୍ତି। ଦଳ ଛାଡିଲେ ଇଞ୍ଜିନିୟର ରୀନର ତନ୍ତି ଓ ମୋତିଲାଲ୍ ତନ୍ତି।
୨୦୧୯ରେ ରେଙ୍ଗାଲୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ରୀନା। ମୋତିଲାଲ୍ ତନ୍ତି ବିଜେଡି SC ସେଲର ସଭାପତି ଥିଲେ । ଉଭୟ ଦଳର ପ୍ରାଇମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
କିଛି ଦିନ ପୂର୍ବରୁ ରାସେଶ୍ବରୀ ପାଣିଗ୍ରାହୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଦଳର ସ୍ଥିତି ଠିକ୍ ନ ଥିବା ସହିତ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଥିଲେ। ତାଙ୍କ ସହିତ ତାଙ୍କର ସମସ୍ତ କର୍ମୀ ମାନେ ମଧ୍ୟ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
“ପାଠ ପଢ଼ିବି ଓକିଲ ହେବି
ମଧୁବାବୁ ସଙ୍ଗେ ଲଢ଼ିବି।
ଜାତି ଡାକ ଶୁଣି ଛାତିଫୁଲେଇ ମୁଁ
କାଳିଆ ଘୋଡ଼ାରେ ଚଢ଼ିବି
ମଧୁବାବୁ ସଙ୍ଗେ ଲଢ଼ିବି ।”
ଅର୍ଗସ ବ୍ୟୁରୋ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ । ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଥିଲେ ମଧୁସୂଦନ ଦାସ । ତାଙ୍କ ଉଦ୍ୟମରେ ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଗଠନ ହୋଇଥିଲା । ସେ ଥିଲେ ଜଣେ ସୁପ୍ରତିଷ୍ଠିତ ଓକିଲ, ସାହିତ୍ୟିକ, ସମାଜ ସେବକ, ଶିକ୍ଷକ । ୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁର ଜଣେ ଜମିଦାର ପରିବାରରେ ମଧୁବାବୁ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ଓକିଲ ।
ତାଙ୍କ ବାପାଙ୍କ ନାମ ରଘୁନାଥ ଦାସ ଓ ମା’ଙ୍କ ନାମ ପାର୍ବତୀ ଦେବୀ ଥିଲା । ପିଲା ବେଳେ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ । ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ପଡ଼ିଥିଲା । କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝରା ରାଜାଙ୍କ ମୋକଦ୍ଦମା, ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନିର୍ବାଚନ କର୍ମୀ ବୈଠକରେ ସରକାରୀ ଶିକ୍ଷକ । ବିଜେଡିର ପ୍ରଚାର କରୁଛନ୍ତି ସରକାରି ଶିକ୍ଷକ । ନିର୍ବାଚନ ଆଚରଣବିଧିକୁ ଉଲଙ୍ଘନ କରି ଦଳିୟ କର୍ମୀ ବୈଠକରେ ସରକାରୀ ଶିକ୍ଷକ ଯୋଗ ଦେଇଥିବା ହୋଇଛି ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରେ । ନିଖିରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟ ରଞ୍ଜନ ପାତ୍ର ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ବିଭିନ୍ନ ସମୟରେ ବିଧାୟକ ଓ ସାଂସଦଙ୍କ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷକ ସତ୍ୟ ରଞ୍ଜନ ପାତ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: