ଅଧିକ ପଢନ୍ତୁ : ନବୀନଙ୍କ ସାମ୍ନାରେ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝି : କହିଲେ ନିର୍ବାଚନ ହାରିବାର କାରଣ
ସେପଟେ ଦଳ ଭିତରେ ବଢୁଥିବା ଟେନସନ୍ କୁ ଦେଖି ଆସନ୍ତା ୨୭ ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସମସ୍ତ ତୁଙ୍ଗ, ବରିଷ୍ଠ ନେତା, ଯୁବ, ଛାତ୍ର, ମହିଳା ସଙ୍ଗଠନର ପ୍ରମୁଖ ନେତୃବୃନ୍ଦଙ୍କ ସହ ଜିଲ୍ଲା ସଭାପତି ମାନଙ୍କୁ ଶଙ୍ଖ ଭବନ ଡକାଯାଇଛି । ଏହି ବୈଠକରେ ନିର୍ବାଚନ ପୋଷ୍ଟମର୍ଟମ ଓ ପରାଜୟର କାରଣ ଖୋଜା ସମେତ କମିଟି ଚୟନ ରହିବ ଆଲୋଚନାର ପ୍ରମୁଖ ପ୍ରସଙ୍ଗ । ସେହିପରି ଆଗକୁ ହେବାକୁ ଥିବା ପଦଯାତ୍ରା, ନୂଆ କମିଟି ଓ ଅନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା କରିବେ ନବୀନ ।
ଅନ୍ୟପଟେ ନବୀନଙ୍କ ପାଇଁ ସଙ୍ଗଠନ ସଜାଡ଼ିବା ସମ୍ଭବ ହେବ କି ବୋଲି ଉଠିଛି ପ୍ରଶ୍ନ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି କହିଛନ୍ତି ନବୀନଙ୍କ ବୟସାଗତ କାରଣରୁ ସଙ୍ଗଠନକୁ ପୂର୍ବ ଭଳି ସଜାଡି ଦଳକୁ ସମୟ ଦେବା ହୁଏତ ସମ୍ଭବ ହେବ ନାହିଁ ।
ଶାସନରେ ଥିବା ସମୟରେ ଦଳୀୟ ନେତାଙ୍କ ଅସନ୍ତୋଷ କି ପରାମର୍ଶ ବାହାରକୁ ଆସିବାକୁ ଦେଉନଥିଲେ ନବୀନ । ସୁପ୍ରିମୋଙ୍କ ପାଖରେ ପହଞ୍ଚି ନିଜ କଥା ରଖିବା ବି ବିଜେଡି ନେତାଙ୍କ ପାଇଁ ସମ୍ଭବ ନଥିଲା । ନବୀନଙ୍କ ନିକଟରେ ରହି ନିର୍ଦ୍ଧିଷ୍ଟ କୋଟେରୀ ଦ୍ବାରା ଦଳ ଚଳାଉଥିବା ଭି.କେ ପାଣ୍ଡିଆନ୍ କଳ ବଳ କୌଶଳ ଲଗାଇ ନେତାଙ୍କ ସ୍ବରକୁ ଚାପି ଦେବାରେ ସକ୍ଷମ ହେଉଥିଲେ । ନେତା ମନ୍ତ୍ରୀ ମାନେ ଭି.କେ ପାଣ୍ଡିଆନ୍ ଙ୍କ ପାଇଁ କେତେବେଳେ ଟେଣ୍ଡ ବାନ୍ଧୁଥିଲେ ତ ଆଇ କେବେ ଟ୍ରାଫିକ୍ ଜଗୁଆଳି ସାଜୁଥିଲେ । ମାତ୍ର ବର୍ତ୍ତମାନ ସ୍ଥିତି ବଦଳିବା ପରେ ଖୁଲମଖୁଲା ଗଣମାଧ୍ୟମରେ ହେଉ କି ନବୀନଙ୍କ ସାମ୍ନାରେ ଅସନ୍ତୋଷ ଝାଡୁଛନ୍ତି ନେତା । ଯାହା କି ନବୀନଙ୍କ ପାଇଁ ଚିନ୍ତା ବଢାଇଥିବା ବେଳେ ଡକାଯାଇଥିବା ବୈଠକରେ ଅସନ୍ତୁଷ୍ଟ ନେତାଙ୍କୁ ନବୀନ କେତେଦୂର ମ୍ୟାନେଜ କରିବାରେ ସକ୍ଷମ ହୋଇପାରୁଛନ୍ତି ତାହା ଉପରେ ନଜର