ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୃଙ୍ଖଳା ରକ୍ଷା ସହ ଲୋକ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ଏହି ଫ୍ଲାଗ ମାର୍ଚ୍ଚର ଉଦ୍ଦେଶ୍ୟ। ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ସଶସ୍ତ୍ର ବାହିନୀ ଓ ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଓ ଏସପି ଅନୁରୋଧ କରିଛନ୍ତି।
ସେହିପରି ବଡ଼ମ୍ବାରେ ବି ପୋଲିସର ଫ୍ଲାଗ୍ ମାର୍ଚ୍ଚ । ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ବଡ଼ମ୍ବା ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା ରୋକିବା ନିମନ୍ତେ ବଡ଼ମ୍ବାରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବଡ଼ମ୍ବା ଥାନାଧିକାରୀ ଶିବପ୍ରସାଦ ଭଦ୍ରଙ୍କ ନେତୃତ୍ବରେ ଆଠଗଡ଼ ଏସ୍ଡିପିଓ, ବଡ଼ମ୍ବା ଥାନା ସବ୍ଇନ୍ସପେଟରଙ୍କ ସହ ୩ ପ୍ଲାଟୁନ୍ ସିଆର୍ପିଏଫ୍ କମାଣ୍ଡୋ ଯୋଗ ଦେଇଥିଲେ । ବଡ଼ମ୍ବା ଥାନାଠାରୁ ବାହାରି ବଡ଼ଦାଣ୍ଡ ସାହି ଦେଇ ବଡ଼ମ୍ବା ଟାଉନ ପରିକ୍ରମା କରିଥିଲେ ଏହି ଟିମ୍ ।.
ଅଧିକ ପଢନ୍ତୁ ଓଡ଼ିଶା ଖବର