ପାର୍ସୀ ଭାଷାରୁ ଆସିଥିବା ଦାନା ଶବ୍ଦର ଅର୍ଥ ଦୟା। ଆଉ ବାତ୍ୟା ଦାନା ବି ଓଡ଼ିଶାକୁ ଦେଖାଇଲା ଦୟା। ବାତ୍ୟାର ଯେଉଁଭଳି ପ୍ରକୋପ ଆକଳନ କରାଯାଇଥିଲା ତାଠାରୁ କମ୍ ପ୍ରଭାବ ଅନୁଭୁତ ହେଲା। ହେଲେ ଡବଲ ଇଞ୍ଜିନ ସରକାର ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସମୂର୍ଣ୍ଣ ପ୍ରସ୍ତୁତି କରି ରଖିଥିଲେ। ଯେଉଁଥିପାଇଁ ବାତ୍ୟା ଲ୍ୟାଣ୍ଡଫଲ କରିବାର ୧୨ ଘଣ୍ଟା ମଧ୍ୟରେ ରାସ୍ତା ଉପରୁ ସମସ୍ତ ଗଛ ହଟାଇଦିଆଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ ସଂଯୋଗକୁ ପୂନଃ ସ୍ଥାପିତ କରାଯାଇପାରିଛି। ପୂର୍ବରୁ ବାତ୍ୟାରେ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲିଟି ଟାର୍ଗେଟ୍ ମଡେଲ ଦେଖିଥିଲା ସାରା ବିଶ୍ବ। କିନ୍ତୁ ବିଜେପି ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟକୁ ପୂରା କରି ଦେଖାଇଲେ। ଅର୍ଥାତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସମ୍ମୁଖୀନ ହୋଇଥିବା ପ୍ରଥମ ପରୀକ୍ଷାରେ ସଫଳତାର ସହ ପାସ୍ ହୋଇଛନ୍ତି ବିଜେପି ସରକାର। ବାତ୍ୟା ପରିଚାଳନା କ୍ଷେତ୍ରରେ ପୂରା ଶାସନ ତନ୍ତ୍ରରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳିଥିଲା। କ୍ଷୟ କ୍ଷତିର ମରାମତି ଓ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ବି ସମାନ ଉତ୍ସାହ ଜାରିରହିବ ବୋଲି ସମସ୍ତଙ୍କର ଆଶା ।