ଏହେଉଛି ରାୟଗଡା ଜିଲ୍ଲା ହଲୁଆ ପଞ୍ଚୟତର ହଲୁଆ ଗାଁ। ୨୦୦ ଶହରୁ ଉର୍ଦ୍ଧ୍ବ ପରିବାର ଏଠାରେ ବସବାସ କରନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ ଏଠାରେ ପାନୀୟ ଜଳର ଘୋର ସମସ୍ୟା। ପୂର୍ବ ସରକାର ଗାଁକୁ ପାନୀୟ ଜଳର ସ୍ଥାୟୀ ସମାଧନ କଲେନାହିଁ । ଯୋଜନା ନାମରେ କେବଳ ଘର ଦାଣ୍ଡରେ ମାଳ ମାଳ ଟ୍ୟାପ ଲଗାଇ ଛାଡିଦେଇଛନ୍ତି। ଏବେ ଗାଁରେ ୨୦୦ ସହ ପରିବାର ନିମନ୍ତେ ରହିଛି ମାତ୍ର ଦୁଇଟି ନଳକୂପ, କିନ୍ତୁ ତାହା ମଧ୍ୟ ଲୋକମାନଙ୍କ ପାଇଁ ପରଯ୍ୟାପ୍ତ ହେଉନି। ଫଳରେ ପାଣି ପାଇଁ ନଦୀ ଏବଂ ନାଳ ପାଣି ଉପରେ ଭରସା କରୁଛନ୍ତି ଗ୍ରାମବସୀ। ସେଭଳି ଗାଁର ପରିମଳ ବ୍ୟବସ୍ଥା ନ କହିଲେ ଭଲ।
ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ହୋଇପାରୁନଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କ ନିଦ ହଜାଇ ଦେଇଛି । ଏପଟେ ଗାଁରେ ରୋଗ ଆତଙ୍କ ଖେଳିବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଜୋରଦାର ପ୍ରୟାସ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: