ଅର୍ଗସ ବ୍ୟୁରୋ:ବିଜେଡି ଲୁଚାଇଥିଲା ବିଜେପି ଖୋଲିଦେଲା, ଇ -କେୱାସି ପରେ ଧରା ପଡିଛି ଚାଉଳ ଲୁଟର ସତ। ମାଗଣା ଚାଉଳ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇ -କେୱାସି ହୋଇଛି ବଡ ମାଧ୍ୟମ। ବିଜେପି ସରକାରକୁ ଆସିବା ପରେ ରାଜ୍ୟ ତମାମ ରାସନ କାର୍ଡ ଥିବା ହିତାଧିକାରୀଙ୍କ ଚାଲିଛି ଇ -କେୱାସି। ଏବେ ସୁଦ୍ଦା ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ଏମାନଙ୍କୁ ତାଲିକାରୁ ବାଦ ଦେଇ ଯୋଗ୍ୟଙ୍କୁ ଯୋଡିବା ପାଇଁ ବଡ କସରତ କରୁଛନ୍ତି ରାଜ୍ୟ ସରକାର। ପ୍ରାୟ ୧୦ ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ଇ- କେୱାସି ପ୍ରକିୟା ସରିବା ପରେ ନଭେମ୍ବର ଭିତରେ ନୂଆ ରାସନ କାର୍ଡ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଅଯୋଗ୍ୟଙ୍କୁ ବାଦ କରିବା ପ୍ରକିୟା ଭିତରେ ରାସନ କାର୍ଡ ହାତେଇଥିବା ବାଂଲାଦେଶୀଙ୍କୁ ବି ବାଦ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଉପକୂଳ ଜିଲ୍ଲା କେନ୍ଦ୍ରାପଡାରୁ ନେଇ ବାଲେଶ୍ବର ପର୍ଯ୍ୟନ୍ତ ହଜାର ହଜାର ବାଂଲାଦେଶୀ ହାତେଇଛନ୍ତି ରାସନ କାର୍ଡ। ପୂର୍ବ ସରକାର ସମୟରେ ଭୋଟ ବ୍ୟାଙ୍କ ଲୋଭରେ ଏମାନଙ୍କ ଭୋଟର କାର୍ଡ ଓ ରାସନ କାର୍ଡ କରାଇ ଭୋଟ ହାତଉଥିଲେ ବିଜେଡି ସରକାର।ବିଜେଡି ନେତାଙ୍କ ମାଧ୍ୟମରେ ଧନୀ ଲୋକ ବି ରାସନ କାର୍ଡ ହାତେଇଥିବାର ସଂଙ୍ଗୀନ ଅଭିଯୋଗ ବିଧାନସଭାରେ ଆଣିଥିଲେଯୋଗାଣ ମନ୍ତ୍ରୀ।ଗୋଟିଏ ପଟେ ଟି ପର ଟ୍ରାନସପରେନିସର ନାରା ଦେଉଥିବା ପୂର୍ବ ସରକାର ଟି ଫର ଟିମ୍ ୱାର୍କରେ ଲୁଟ କରୁଥିବାର ଆସିଛି ପ୍ରମାଣ। ଯୋଗ୍ୟକୁ ରାସନ କାର୍ଡ ନ ଦେଇ ଅଯୋଗ୍ୟକୁ ମିଳୁଥିଲା କାର୍ଡ। ଏବେ ସରକାର ବଦଳିବା ପରେ ଯୋଗ୍ୟ ମନରେ ଜାଗିଛି ଆଶା