ଘରେ ଟିଭି କିମ୍ବା ଫ୍ରିଜ ଥିଲେ ମାସକୁ ବିଜୁଳି ବିଲ 100 ୟୁନିଟ ଟପିଯିବ। ଏଇ ଯେମିତି ନୀଳଗିରିର ବାଙ୍ଗି ବେୱା। ଘରେ ଟିଭି ଅଛି, 2 ଫ୍ୟାନ, 5 ବଲ ଜାଳୁଛନ୍ତି। ବିଜୁଳି ବିଲ ପ୍ରତିମାସରେ 100ରୁ ଅଧିକ ଆସୁଛି। ଏଥର 187 ୟୁନିଟ ଆସିଛି। ତେଣୁ ସରକାରଙ୍କ ଘୋଷଣା ଏମାନଙ୍କ ପାଇଁ କେବଳ ଧୁଆଁବାଣ। ଘରେ ଗୋଟିଏ ଫ୍ୟାନ ଓ ଗୋଟିଏ ବଲ ଜଳୁଥିଲେ ମାସକୁ 100 ୟୁନିଟ ଭିତରେ ବିଜୁଳି ଖର୍ଚ୍ଚ ହେବ ବୋଲି କୁହାଯାଉଛି। ତେବେ ପ୍ରଶ୍ନ ଏମାନଙ୍କ ସଂଖ୍ୟା ପୁରା ରାଜ୍ୟରେ କେତେ।କେତେ ଲୋକ ଗୋଟିଏ ଫ୍ୟାନ ଓ ଗୋଟିଏ ବଲ ଜାଳୁଛନ୍ତି.. ରାଜ୍ୟର ବିଭିନ୍ନସ୍ଥାନରୁ ବିଜୁଳି ଉପଭୋକ୍ତା
2023 ମାର୍ଚ୍ଚ 17ରେ ଖୋଦ ଶକ୍ତି ମନ୍ତ୍ରୀ ବିଧାନସଭାରେ କହିଥିଲେ ଓଡିଶାରେ ମାଗଣା ବିଜୁଳି ଯୋଗାଇବା ସମ୍ଭବ ନୁହେଁ। ଯଦି ମାଗଣା ବିଜୁଳି ଦିଆଯାଏ ତେବେ ଶ୍ରୀଲଙ୍କ ପରି ସ୍ଥିତି ଉପୁଜିବ। ତେବେ ନିର୍ବାଚନ ପୂର୍ବରୁ ଘୋଷଣା ଯୋଜନା କିପରି ନିର୍ବାଚନ ପରେ ବନ୍ଦ ହୋଇଯାଇଛି ତାର ଉଦାହରଣ ରଖି 24 ବର୍ଷର ସରକାରର ଏବେ ମାଗଣା ବିଜୁଳି କଥା ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏପଟେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ପ୍ରଶ୍ନ କରିଛନ୍ତି ଯଦି 90 ପ୍ରତିଶତ ପରିବାର 100 ୟୁନିଟରୁ କମ ବିଜୁଳି ବ୍ୟବହାର କରୁଛନ୍ତି ତେବେ 24 ବର୍ଷରେ ସରକାର କଣ ପ୍ରଗତି କରିଛନ୍ତି। ମାତ୍ର 10ରୁ 15 ପ୍ରତିଶତ ପରିବାର 100 ୟୁନିଟ ଜାଳୁଛନ୍ତି ବୋଲି ତଥ୍ୟ ରଖି ଲୋକଙ୍କ ଭୂଆ ବୁଲାଇବା ପାଇଁ ଏ ଘୋଷଣା ବୋଲି ବିଜେପି କହିଛି।
ଓଡିଶାରୁ ଉତ୍ପାଦିତ ବିଜୁଳି ତାମିଲନାଡୁକୁ ୟୁନିଟ ପିଛା ୨ ଟଙ୍କା ୫୨ ପଇସାରେ ବିକ୍ରି ହେଉଥିବା ବେଳେ ଓଡିଶାକୁ କାହିଁକି ୨ ଟଙ୍କା ୮୨ ପଇସାରେ ବିକ୍ରି ହେଉଛି ବୋଲି ପ୍ରଶ୍ନ କରିଛି ଦଳ। ରାଜ୍ୟରେ 13 ହଜାର 400 ଗାଁକୁ ବିଜୁଳି ଯାଇ ନଥିବା ବେଳେ 9 ହଜାର 510 ସ୍କୁଲକୁ ଏପର୍ଯନ୍ତ ବିଜୁଳି ଦେଇପାରିନାହାଁନ୍ତି ରାଜ୍ୟ ସରକାର। ଏପରି ସ୍ଥିତିରେ ଓଇଆରସି ବିନା ଅନୁମତିରେ ଜୁଲାଇରୁ ମାଗଣା ବିଜୁଳି ଘୋଷଣା କେବଳ ନିର୍ବାଚନୀ ଧୁଆଁ ବାଣ ହେବନି ତ।
ଅଧିକ ପଢ଼ନ୍ତୁ ଓଡିଶା ଖବର: