ଖାଲି ବସୁଧା ଯୋଜନା ନୁହେଁ, ବିଜେଡିର ସବୁ ପ୍ରତିଶ୍ରୁତି ଏଠି ପ୍ରତାରଣା ପାଲଟିଛି। ଫଳକ ଲଗାଇ ଗ୍ରାମରେ ମିଛ ବିକାଶର ଭ୍ରମ ସୃଷ୍ଟି କରିଥିଲା ପୂର୍ବର ବିଜେଡି ସରକାର। ଏହି ଫଳକ ଉପରେ ଟିକେ ନଜର ପକାନ୍ତୁ। ତିନି ଲକ୍ଷ ଟଙ୍କାରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିବାର ଏହି ଫଳକରେ ଦର୍ଶାଯାଇଛି। ହେଲେ କାଇଁ କେଉଁଠି ସେହି ଗୃହର ଦେଖା ଦର୍ଶନ ମିଳୁନି। ସେହିପରି ଗାଁକୁ ରାସ୍ତା ନିର୍ମାଣର ସ୍ଥିତି ଦେଖିଲେ ଏହି ଅଞ୍ଚଳର ବିକାଶରେ ବିଜେଡିର ଭୂମିକା କେତେ ତାହା ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି। ଯାହାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।
24 ବର୍ଷର ବିଜେଡି ଶାସନରେ ରାଜ୍ୟର କୋଣଅନୁକୋଣକୁ ମାଡିଥିଲା ଦୁର୍ନୀତିର ଚେର। ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ପ୍ରତି ଗାଁକୁ 50 ଲକ୍ଷର ଅନୁଦାନ ଦେଇ ସରକାରୀ ଟଙ୍କାରେ ଦଳୀୟ କର୍ମୀଙ୍କୁ ଖୁସ୍ କରିବାକୁ ରଚାଯାଇଥିଲା ବଡ଼ ଷଡ଼ଯନ୍ତ୍ର। ଯାହାର ସବୁଠୁ ବଡ଼ ପ୍ରମାଣ ନବରଙ୍ଗପୁର ଝରିଗାଁର ଏହି ଚିଙ୍ଗିଡ଼ିଗୁଡ଼ା ଗାଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: