ଅର୍ଗସ ବ୍ୟୁରୋ: ରାଜଧାନୀ ରେ ପୁଣି ମାତିଲେ ଲୁଟେରା ପାର୍ବଣ ପୂର୍ବରୁ ଅଶାନ୍ତ ରଜଧନୀ । ଦିନ ଦିହିପହରେ ମତିଲେ ଲୁଟେରା ।ବାଇକରେ ଆସି ଝାମ୍ପିନେଲେ ୫ଲକ୍ଷ ଟଙ୍କା ।ଘଟଣାଟି ଘଟିଛି CRP ଛକ ପାଖରେ ।ଜଣେ ବ୍ୟକ୍ତି ବ୍ୟାଙ୍କ ରୁ ୫ ଲକ୍ଷ ଟଙ୍କା ଉଠେଇ ସ୍କୁଟି ପାଖରେ ଠିଆ ହୋଇଥିବା ବେଳେ ଦୁଇ ଦୁର୍ବୃତ୍ତ ଆସି ବାଇକରେ ଆସି ଝାମ୍ପିନେଲେ ।ନୟାପଲ୍ଲୀ ଥାନା ରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି ।
ଅର୍ଗସ ବ୍ୟୁରୋ: ‘ସୁଭଦ୍ରା’ ବ୍ୟତୀତ ଏକାଧିକ ଲୋକହିତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Awaas Appର ଶୁଭାରମ୍ଭ କରିବା ସହ PMAY ହିତାଧିକାରୀଙ୍କୁ ଗୃହ ଚାବି ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ । PMAY-Gରେ ୧୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିଛି । ଏଥିସହ PMAYର ୨୬ ଲକ୍ଷ ଲୋକଙ୍କ ଗୃହ ପ୍ରବେଶ ହୋଇଛି ।.. PMAY-Urban 2.O ଗାଇଡଲାଇନର ବି ଲଞ୍ଚ୍ କରିଛନ୍ତି ପିଏମ୍ ।ତାଛଡ଼ା ଏକାଧିକ ରେଲୱେ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ସ୍ବାସ୍ଥ୍ୟ, ସାମାଜିକ ଓ ଆର୍ଥିକ ସୁରକ୍ଷାର ଗ୍ୟାରେଣ୍ଟି ଦେବା ସହ ଗରିବଙ୍କ ଜୀବନର ପରିବର୍ତ୍ତନ ହିଁ ବିକଶିତ ଭାରତର ପ୍ରକୃତ ଶକ୍ତି ହେବ ବୋଲି ସୁଭଦ୍ରା ଶୁଭାରମ୍ଭ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏଥିସହ ପିଏମ୍ କହିଛନ୍ତି, ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇ ରହିଛି ।... ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି । ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳୁଛି । ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ । ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ ।.. ୫ ବର୍ଷରେ ଓଡ଼ିଶାରେ ରେଲ୍ ଓ ରୋଡ୍କୁ ନୂଆ ସୋପାନକୁ ନେବୁ । ପୁରୀ-କୋଣାର୍କକୁ ରେଳ ଚାଲିବା ଆଉ ବେଶୀ ଦୂର ନୁହେଁ । ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳିବ । ଏକାଠି ମିଶି ଓଡ଼ିଶାକୁ ସୁନାର ଓଡ଼ିଶା ବନାଇବା, ଯାହାକୁ ସାରା ଦୁନିଆ ଦେଖିବ ବୋଲି ମୋଦି କହିଛନ୍ତି
ଖୁବ୍ ଶୀଘ୍ର ଓଡ଼ିଶାକୁ ମିଳିବ ହାଇଟେକ୍-ନମୋ ଭାରତ୍ ରାପିଡ୍ ରେଳ । ଏଇ ଆଧୁନିକ ଭିତ୍ତିଭୂମି ଓଡ଼ିଶା ପାଇଁ ନୂଆ ସମ୍ଭାବନାର ରାସ୍ତା ଖୋଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶର ୩ଜଣ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଆଇପିଏସ ଅଧିକାରୀମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ଗୁଇନ୍ଦା ମୁଖ୍ୟ ପି ଏସ ଆର ଅଞ୍ଜାନେଇଲୁ, ଏନଟିଆର ଜିଲ୍ଲା ପୋଲିସ କମିଶନର କ୍ରାନ୍ତି ରାଣା ଟାଟା ଏବଂ ଏନଟିଆର ଜିଲ୍ଲା ଗ୍ରାମୀଣ ଡିସିପି ବିଶାଲ ଗୁନି।
କ୍ଷମତାର ଅପବ୍ୟବହାର କରିବା ତଥା ଦାୟିତ୍ଵରେ ଅବହେଳା କାରଣରୁ ତିନି ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।ଏହି ଘଟଣାରେ ପୂର୍ବରୁ ଏନଟିଆର ଜିଲ୍ଲାର ପୂର୍ବତନ ଏସିପି ହନୁମନ୍ତ ରାଓ ଏବଂ ଇବ୍ରାହିମପାଟନମର ପୂର୍ବତନ ସର୍କଲ ଇନ୍ସପେକ୍ଟର ସତ୍ୟନାରାୟଣଙ୍କୁ ଆନ୍ଧ୍ରପ୍ରଦେଶ ଡିଜିପି ନିଲମ୍ବିତ କରିଥିଲେ।
ଅଭିନେତ୍ରୀ କାଦମ୍ବରୀ ଜେଠଓ୍ଵାନିକ ଶୁକ୍ରବାର ରାତିରେ ଇବ୍ରାହିମ ପାଟନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସେ ସେପ୍ଟେମ୍ବର ୫ ତାରିଖରେ ଏନଟିଆର ଜିଲ୍ଲା ପୋଲିସ କମିଶନରଙ୍କ ସହ ସାକ୍ଷାତ କରି ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ଅଭିଯୋଗ କରିଥିଲେ।
ଅଭିନେତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି, ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କୁ ହଇରାଣ ହରକତ କରିଥିଲା। ଓ୍ଵାଇଏସଆର କଂଗ୍ରେସ ପାର୍ଟିର ଜଣେ ନେତା ଜମି ବିବାଦକୁ ନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ସତ୍ୟାସତ୍ୟ ତଦନ୍ତ ନକରି ଆନ୍ଧ୍ରପ୍ରଦେଶ ପୋଲିସ ଅଭିନେତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶ ପୋଲିସ ଘଟଣାର ଯାଞ୍ଚ କରିବା ପରେ ତିନିଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର