ଏ ହେଉଛି ମହାନଦୀ ବିହାରର ପ୍ଲଟ ନମ୍ବର 714 l 5 ବର୍ଷ ପୂର୍ବେ ଅନିମାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେହି ଘରେ ବଡପୁଅ ଅନୁରାଗ ଓ ସାନପୁଅ ଅଂଶୁମାନଙ୍କ ସହିତ ମା ଅନିମା ମହାନ୍ତି ରହୁଥିଲେ । ତେବେ ଘଟଣାର ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
5 ବର୍ଷ ତଳେ ଅନିମା ଦେବୀଙ୍କ ସ୍ବାମୀ ଓ ଏହାର କିଛି ଦିନ ପୂର୍ବରୁ ତାଙ୍କ ବଡ଼ ଝିଅଙ୍କ ମୃତ୍ୟୁ ହୋଇଥିଲା । ଦୁଇ ପୁଅ ସହିତ ସେ ରହୁଥିଲେ, ତେବେ ଦୁଇ ପୁଅ ଅବିବାହିତ ଥିଲେ l ଉଭୟଙ୍କ ବୟସ ପାଖାପାଖି 50 ବର୍ଷ ବୋଲି ଜଣାପଡିଛି । ଏକ ସପ୍ତାହ ପୂର୍ବେ ନଖରା ଅଂଚଳରେ ଉଲଗ୍ନ ହୋଇ ବୁଲୁଥିବାର ପୁଲିସକୁ ଖବର ଦେଇଥିଲେ ଲୋକେ l ପୁଲିସ ତାଙ୍କୁ ଆଣି ଘରେ ଛାଡିଥିଲା l ପୋଲିସର ସୂଚନା ଅନୁଯାୟୀ ଘଟଣାର ପୂର୍ବ ଦିନ ମଧ୍ୟ ଦୁଇ ପୁଅ ମାଙ୍କୁ ନେଇ ଅଟୋରେ କେଉଁଆଡେ ଯାଇଥିଲେ । ସମସ୍ତ ଆସାବାବପତ୍ର କବାଡିଆକୁ ଡାକି ଦେଇ ଦେଇଥିଲେ ଏହାସହ ଅନେକ ଆସବାବପତ୍ର ସହ ଘରର ଜିନିଷ ବାହାରେ ମଧ୍ୟ ପଡିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର