ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ ରାଷ୍ଟ୍ରପତି । ଏହାପରେ ଆଜି ରାଜଭବନରେ ରାତ୍ରିଯାପନ କରିବେ । କାଲି ରଥଯାତ୍ରା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଆସନ୍ତାକାଲି ପୁରୀ ଯାଇ ରଥଟଣା ଦେଖିବେ ରାଷ୍ଟ୍ରପତି । ଓଡ଼ିଆଙ୍କ ପରିଚୟ ଜଗନ୍ନାଥଙ୍କ ପାଖରେ ପ୍ରଣତି ବାଢ଼ିବେ । ସେଥିପାଇଁ ରଥରେ ପ୍ରବଳ ଭିଡ଼ ଓ ମହାମହିମଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଚଳିତ ଥର ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ଉପରେ ରହିବ କଡ଼ା ନଜର । ୧୮ ଟି ପାର୍କିଂ ସ୍ଥଳକୁ ଚିହ୍ନଟ କରାଯାଇଛି । ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଫଙ୍କସନ ସହ ବେଳାଭୂମି ସୁରକ୍ଷା ଉପରେ ମଧ୍ୟ ରହିବ ନଜର ।
୧୮୦ ପ୍ଲାଟୁନ ପୋଲିସ୍ ଫୋର୍ସ , ୨ ପ୍ଲାଟୁନ ଓଏସଏଏଫ୍ ଓ ୫ ପ୍ଲାଟୁନ ଆରଏଏଫଙ୍କ ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର । ସେଇଭଳି ବେଳାଭୂମିରେ ମୁତୟନ ହେବ ଅତିରିକ୍ତ ୪୦୦ ଲାଇଫ ଗାର୍ଡ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର