ଫଳରେ 12 ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ବିଜୁଳି ସରବାହ ବନ୍ଦ ରହିଛି । ଅନ୍ୟପଟେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅନୁଗୋଳ: ଗତକାଲି ଅନଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ କାଳବୈଶାଖୀ ହୋଇଥିଲା । ଦୀର୍ଘ 3 ଘଣ୍ଟାରୁ ଉର୍ଦ୍ଧ୍ୱ ପ୍ରବଳ ବେଗରେ ପବନ ବହିବା ଶହ ଘଡ ଘଡି ବର୍ଷା ହୋଇଥିଲା । ଏହାର ପ୍ରଭାବରେ ଈଶ୍ୱରନଗର ପଞ୍ଚାୟତର ଗୋଡ଼ାପଦା, ସମଳ, ରୟା, ଈଶ୍ୱରନଗର ଗ୍ରାମରେ ପାଖାପାଖି 15 ଟି ଘରର ଛପର ଉଡି ଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି ।
ଫଳରେ 12 ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ବିଜୁଳି ସରବାହ ବନ୍ଦ ରହିଛି । ଅନ୍ୟପଟେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: OSRTC କାର୍ଯ୍ୟାଳୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏ ଅବସରରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ପରିବହନ କମିଶନର ଓ OSRTC ମୁଖ୍ୟ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ ସେବା । ଅଯୋଧ୍ୟା, ତିରୁପତି, ମହାକାଳେଶ୍ଵର, ବାରାଣସୀ ଓ ବୃନ୍ଦାବନକୁ ଗଡିବ ବସ୍ । ପୁରୀ, ଭୁବନେଶ୍ଵର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥାନରୁ ଏସବୁ ତୀର୍ଥ ସ୍ଥଳୀକୁ ଚାଲିବ ବସ ।
ରାଜ୍ୟରେ ଚାଲିବ ଅଧିକରୁ ଅଧିକ ପରିବେଶ ଅନୁକୂଳ ଇଲେକ୍ଟ୍ରିକ ବସ୍ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ଅଧିକରୁ ଅଧିକ ବସ୍ ସେବା ଯେଭଳି ପାଇବେ, ସେନେଇ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ସୋନାକ୍ଷୀ ସିହ୍ନା ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲା କେବେ ପରିବାର ସଦସ୍ୟଙ୍କ ଅସନ୍ତୋଷ ମଧ୍ୟରେ ଆଉ କେବେ ଧର୍ମକୁ ନେଇ ସୃଷ୍ଟି ହେଉଥିବା ଗୁଜବ ହୋଉଥିଲା ।ସୋନାକ୍ଷୀ ତାଙ୍କ ବିବାହର ପ୍ରଥମ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଏହି ବିଶେଷ ଦିନରେ ଅଭିନେତ୍ରୀଙ୍କ ତାଙ୍କ ପିତା ଶତୃଘ୍ନ ସିହ୍ନା ମଧ୍ୟ ତାଙ୍କ ପାଖରେ ଥିଲେ ।
ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ଉଭୟ ହିନ୍ଦୁ ରୀତିନୀତି କିମ୍ବା କୌଣସି ଇସଲାମିକ ନୀତି ଅନୁଯାୟୀ ବିବାହ କରିନଥିଲେ ବରଂ ଉଭୟଙ୍କର ନାଗରିକ ବିବାହ ହୋଇଥିଲା। ବିବାହ ପରେ ଦୁହେଁ ଏକ ବିଶାଳ ବିବାହ ଭୋଜି ମଧ୍ୟ ଆୟୋଜନ କରିଛନ୍ତି ଯେଉଁଥିରେ ସେମାନଙ୍କର କିଛି ସମ୍ପର୍କୀୟ ଏବଂ ବଲିଉଡ ଇଣ୍ଡଷ୍ଟ୍ରିର କିଛି ବିଶେଷ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି।
ସୋନାକ୍ଷୀଙ୍କ ପ୍ରଥମ ଫଟୋ ଭାଇରାଲ ହେଉଛି
ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଶେଷରେ ସେମାନଙ୍କର ୭ ବର୍ଷର ସମ୍ପର୍କକୁ ଏକ ନୂଆ ନାମ ଦେଇଛନ୍ତି । ଏବେ ଦୁହେଁ ସ୍ୱାମୀ ଏବଂ ସ୍ତ୍ରୀ ହୋଇଗଲେ । ପତ୍ନୀ ହେବା ପରେ ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମରେ ସ୍ୱାମୀଙ୍କ ସହ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ତାଙ୍କ ସ୍ୱାମୀ ଜହିର ଇକବାଲଙ୍କ ସହ ରୋମାଣ୍ଟିକ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଫଟୋରେ ସେ ତାଙ୍କ ହାତକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଦ୍ୱିତୀୟ ଫଟୋରେ ଜହିର ଇକବାଲ ବିବାହ କାଗଜପତ୍ରରେ ଦସ୍ତଖତ କରୁଥିବା ନଜର ଆସିଛନ୍ତି। ଗୋଟିଏ ଫଟୋରେ ସୋନାକ୍ଷୀ ତାଙ୍କ ପିତା ଶତୃଘ୍ନ ସିହ୍ନାଙ୍କ ହାତ ଧରି ହସୁଥିବା ନଜର ଆସିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: