ମିରିଚାକଣ ଓ ନୂଆଗାଁବିଲ ର ବିସ୍ଥାପିତ ଜନତା ଏବେ ତ୍ରିଶଙ୍କୁ ଅଦସ୍ଥାରେ । ଜମି ଗଲା ପରେ ନା ଚାଷ କରି ପାରୁଛନ୍ତି ନା ସରକାର ଙ୍କ ଯୋଜନା ର ଲାଭ ପାଉଛନ୍ତି । ସରକାରଙ୍କ ହିସାବରେ ଏମାନେ ବିସ୍ଥାପିତ ।
ସେଇଥି ପାଇଁ ଗାଁ ରେ ଆବାସ ଯୋଜନାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାର ଲାଭ ମିଳୁନି ଲୋକଙ୍କୁ ପ୍ରକଳ୍ପ ହେଲେ ପ୍ରତି ବିସ୍ଥାପିତ ପରିବାରରୁ ଜଣଙ୍କୁ ଚାକିରି ମିଳିବ ବୋଲି କହିଥିଲା କମ୍ପାନୀ । ହେଲେ ଅନିଶ୍ଚିତତା ରେ ତାପଜ ବିଦ୍ୟୁତ କେନ୍ଦ୍ର ଆଉ ଅନିଶ୍ଚିତତାରେ ଯୁବକଙ୍କ ରୋଜଗାର ।
ଦୁଇ ଗାଁ ର ବିସ୍ଥାପିତଙ୍କୁ ଥଇଥାନ ପାଇଁ ୧୩୦ ପରିବାର ପାଇଁ ତିଆରି ହୋଇଥିଲା ଏହି କଲୋନୀ । ପ୍ରାୟ 20 କୋଟି ଟଙ୍କା ଖର୍ଚ୍ଚ ରେ ଘର ତିଆରି ପରେ ବି ଏଥିରେ ତାଲା ଝୁଲୁଛି । ପ୍ରକଳ୍ପ ର ଭାଗ୍ୟ ଅନିଶ୍ଚିତତା ଭିତରେ ଥିବାରୁ ବିସ୍ଥାପିତ ଙ୍କୁ ସ୍ଥାନାନ୍ତର କରାଯିବ କି ନାହିଁ ତାର ଉତ୍ତର କାହା ପାଖରେ ନାହିଁ । ତେବେ ଲୋକଙ୍କ ଅଭିଯୋଗ ବିସ୍ଥାପିତ ଥଇଥାନ ନାଁ ରେ ନିମ୍ନ ମାନର କାମ କରି ଏଠି ଅଫିସର - ନେତା ମିଳିମିଶି କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି ।
ଯଦିଓ ଲୋଭନୀୟ ପ୍ରତିଶ୍ରୁତି ଦେଖାଇ ପ୍ରଶାସନ ଲୋକଙ୍କ ଜମି ଅଧିଗ୍ରହଣ କଲା ତେବେ ୧୩ ବର୍ଷ ପରେ ପ୍ରକଳ୍ପ ହେବ କି ନାହିଁ ସେ ନେଇ କେହି ମୁଁହ ଖୋଲୁ ନାହାଁନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...