କରମା ପୁଜାକୁ ନେଇ ରହିଛି ଅନେକ ଲୋକକଥା। ଏହା ସହ କରମା ପର୍ବ ପାଳନର ମଧ୍ୟ ରହିଛି ସ୍ଵତନ୍ତ୍ର ନିୟମ। ଏହି ଦିନ ସକାଳୁ ଅବିବାହିତ ଝିଅ ମାମନେ ଉପବାସ ରହିଥାନ୍ତି। ପରେ ସଂଧ୍ୟା ପୁର୍ବରୁ ମାଦଳ ବଜାଇ ଗୀତ ଗାଇ ଗାଇ ନିକଟସ୍ଥ ଜଙ୍ଗଲକୁ ଯାଇ ସେଠାରୁ କରମା ଡାଳ ଅ।ଣିଥାନ୍ତି। ଅ।ଦିବାସୀଙ୍କ ସୁରକ୍ଷା କବଚ ଭାବେ ଏହି କରମା ଗଛକୁ ମାନିଥାନ୍ତି। ବିଶ୍ଵାସ ରହିଛି ହିମାଳୟ ପର୍ବତ ତଳେ ରହିତିବା କରମା ଗଛ ତଳେ ଅ।ଦିବାସୀଙ୍କ ସୃଷ୍ଠି ହୋଇଥିଲାଏଣୁ କରମା ଗଛକୁ ପୁଜା କରାଯିବା ସହ ପରିବାରର ସୁରକ୍ଷା ପାଇଁ ପାଇଁ କରାଯାଇଥାଏ ଏହା ସହ ଏହି ପୁଜା କଲେ ଚାଷ ମଧ୍ୟ ଖୁବ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି।
ଚଳିତ ବର୍ଷ ଓରାମ ସାଂସ୍କୃତିକ ସମାଜ ଓଡିଶା ଓ ସୁନ୍ଦରଗଡ ଓରାମ ସାଂସ୍କୃତିକ ସମାଜ ପକ୍ଷରୁ ଅ।ୟୋଜିତ ହୋଇଛି ଏହି କରମା ପୁଜା। ଏହି କରମା ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଅ।ଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। କରମା ପୂଜାରେ ଜମିଛି ଲୋକ ନୃତ୍ୟର ଆସର। ଆବାଳ ବୃଦ୍ଧ ବନିତା ହାଣ୍ଡିଆ ପିଇ ହାତରେହାତ ଛନ୍ଦି ରାତି ତମାମ ନାଚର ମଜା ଉଠାଇଛନ୍ତି। ଏକରମା ପୂଜା ଖାଲି ଏକ ପର୍ବ ନୁହେଁ ବରଂ ଏହାରି ଭିତରେ ଲୁଚି ରହିଛି ଆଦିବାସୀ ସଂସ୍କୃତି ପରମ୍ପରା ଅ।ଉ ଲୋକନୃତ୍ୟ।
ଅଧିକ ପଢ଼ନ୍ତୁ ଓଡିଶା ଖବର: