ସେପଟେ ମୌସୁମୀର ଲୁଚକାଳି ଖେଳ ଭିତରେ ହନ୍ତସନ୍ତ ଚାଷୀ।ଆକାଶରେ କଳାହାଣ୍ଡିଆ ମେଘ ଦିଶୁଛି, ହେଲେ ବର୍ଷାର ନାହିଁ ଦେଖା । ଏତେବେଳକୁ ଧାନ ବୁଣିବା ସାଙ୍ଗକୁ ତଳି ପକାଇ ରୁଆ ବେଉଷଣ ପାଇଁ ପ୍ରସ୍ତୁତ ହୋଇଥାଏ । ହେଲେ ଚଳିତ ବର୍ଷ ଧାନ ବୁଣା ତ ଦୂରର କଥା ନିଜ ଜମିକୁ ବି ପ୍ରସ୍ତୁତ କରିପାରୁନାହିଁ ଚାଷୀ ।
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ସହ ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ବ୍ଲକରେ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି । ବର୍ଷା ଅଭାବରୁ ହାତ ବାନ୍ଧି ବସିଛି ଚାଷୀ ।
ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ଆଗମନ ଦେଖି ଭଲ ଚାଷ ହେବା ନେଇ ଆଶା ବାନ୍ଧିଥିଲା ଚଷା ପୁଅ । ହେଲେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କୁ ଘାରିଲାଣି ଗଜା ମରୁଡି ଡର ।
ଆହୁରି ପଢନ୍ତୁ ପାଣିପାଗ ଖବର...