ଏପରିକି ଅନ୍ୟ ଜାଗାରେ ଥଇଥାନ ପାଇଁ ମିଳିଥିଲା ପ୍ରତିଶ୍ରୁତି। ହେଲେ ସମୟ ଗଡ଼ିଲା, ସରକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ସିନା କିନ୍ତୁ ଡଲିଙ୍କ ପରିବାରକୁ ମିଳିଲାନି ଘର ଖଣ୍ଡେ। ଫଳରେ ବର୍ଷେ ଧରି କଲେଜ ଛକ ପାଟରା ସାହିରେ ଥିବା ଏକ ପବ୍ଲିକ ଶୌଚାଳୟରେ ଜୀବନ କାଟୁଛନ୍ତି ଏହି ପରିବାର । ନା ଅଛି ଲାଇନ, ନା ଆସୁଛି ପାଣି। ଭଗବାନଙ୍କୁ ଆସରା କରି ଦିନ କାଟୁଛନ୍ତି । ସେପଟେ ସିଏମସି ମେୟରଙ୍କ ଓଲଟା ଯୁକ୍ତି, କିଏ ଓ କାହିଁକି ଶୌଚାଳୟରେ ରହୁଛନ୍ତି ତାକୁ ନେଇ ତଦନ୍ତ ହେବ । ଶୌଚାଳୟ ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ସେଠାରେ ରହିବା ବେଆଇନ। ଏହା ସହ ଆହୁରି କହିଛନ୍ତି, ଯେଉଁ ବସ୍ତି ସବୁ କଟକରୁ ଉଚ୍ଛେଦ କରାଯାଇଛି, ସମସ୍ତଙ୍କୁ ଥଇଥାନ କରାଯାଇଛି । ତା ସହ ଜାଗା ମିଶନରେ ମଧ୍ୟ ଜାଗା ଦିଆଯାଇଛି, ଏ ପରିବାରକୁ ମଧ୍ୟ ଚିହ୍ନଟ କରି ଥଇଥାନ କରାଯିବ । ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ଜାଗା ମିଶନ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ହେଲେ ଆଜି ବି କଟକ ଭଳି ସହରରେ ଶୌଚାଳୟରେ ଜୀବନଯାପନ କରୁଛନ୍ତି ଏହି ପରିବାର । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କି ପଦକ୍ଷେପ ଗ୍ରହଣ କରୁଛି ପ୍ରଶାସନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର