ଅର୍ଗସ ବ୍ୟୁରୋ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଦ୍ୱିତୀୟ ଦିନ। ମା ଭଦ୍ରକାଳୀ ମହାକାଳୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମା । ଭଦ୍ରକାଳୀଙ୍କ ସମସ୍ତ ରୀତିନୀତି ଅନୁଯାୟୀ ମା ଙ୍କୁ ବେଶ କରାଯାଇ ମା ଙ୍କ ପୀଠରେ ପୂଜାଅର୍ଚନା କରାଯାଉଛି। ମା ଙ୍କ ମନ୍ଦିରରେ ସପ୍ତଚଣ୍ଡି ପାଠ କରାଯାଉଛି। ଆଜିର ଦିନରେ ମା ଙ୍କୁ ଦର୍ଶନ କଲେ ଗ୍ରହରିଷ୍ଟ ଖଣ୍ଡନ ହେବା ସହ ଘରର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି। ମାଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।
ଅର୍ଗସ ବ୍ୟୁରୋ : ଉତ୍ତର ଓ ପୂର୍ବ ଉତ୍ତର ଦିଗରୁ ପବନ ଶୁଷ୍କ ବାୟୁ ପାଇଁ ଉପକୂଳ ବାୟୁ ସାଙ୍ଗରେ ମିଶିବା ପରେ ବର୍ଷା ହେଉଛି। ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲା ରେ ଆଜି ବର୍ଷା ହୋଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ରେ ଘଡଘଡି ବିଜୁଳି ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରହିବ। ତା ସହ ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲା ରେ ବି ଗୋଟିଏରୁ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରହିବାରେ ସମ୍ଭାବନା ରହିଛି।
ଅଧିକ ପଢନ୍ତୁ : ନଭେମ୍ବରରେ ପୁଣି ବାତ୍ୟା ! ପାଞ୍ଜିର ଆକଳନକୁ ନେଇ ବଢିଲା ଚର୍ଚ୍ଚା
୨ ତାରିଖ ରେ ବର୍ଷା ହେବାର ନାହିଁ। ମାଲକାନଗିରି ଏବଂ କୋରାପୁଟ ରେ ହାଲକା ବର୍ଷା ହୋଇପାରେ। 3, 4,5 ତାରିଖ ରେ ପାଗ ଶୁଖିଲା ରହିବ। ବର୍ଷା ହେବାର ନାହିଁ। 6 ତାରିଖ ରେ ଉପକୂଳ ଓଡିଶା ରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 7 ତାରିଖ ରେ ମୟୁରଭଞ୍ଜ ଏବଂ କୋରାପୁଟ ରେ ବର୍ଷା ହୋଇପାରେ। ଆଗାମୀ ଦୁଇ ତିନିଦିନ ଗୁଳୁଗୁଳି ରହିବ।ଓଡିଶା କୁ ଶୀତ ଆସିବ। ବେଶୀ ଶୀତ ଅନୁଭୂତ ହେବ ନାହିଁ।
ଅର୍ଗସ ବ୍ୟୁରୋ : ସୁଭଦ୍ରାର ଗାଇଡ ଲାଇନ ପୁଣି ତିଆରି ହେବ। ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କିଭଳି ପୁଣି ଥରେ କିଭଳି ସାମିଲ କରାଯିବ। ସେନେଇ ନୂଆ ଗାଇଡ ହେବ।ଦିନ ୩ଟା ରେ ଏନେଇ ନେଇ ବସିବ ବିଭାଗର ବୈଠକସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ୍ୟ ୬୭ ହଜାର ରେଜେକ୍ଟ ଲିଷ୍ଟ ଉପରେ ଆଲୋଚନା ହେବ।
ଅଧିକ ପଢନ୍ତୁ : ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା
କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫାଇ କରାଯିବ ସେନେଇ ନିଷ୍ପତ୍ତି ହେବ। ରିଜେକ୍ଟ ଲିଷ୍ଟ ଆବେଦାନକାରୀଙ୍କ ଉପରେ ପୁନଃ ବିଚାର କରାଯିବ। ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତ୍ରୁତ୍ରିୟ ପର୍ଯ୍ୟାୟ ଟଙ୍କା ଆସିବ।