ମିଚ୍ୟୁଆଲ ଫଣ୍ଡରେ ଇନ୍ସାଇଡର ଟ୍ରେଡିଂକୁ ରୋକିବା ପାଇଁ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ ବା ସେବି ନୂଆ ନିୟମ ଜାରି କରିଛି। ସେହପରି ଏସ୍ବିଆଇ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ଗୋଟିଏ ଷ୍ଟେଟମେଣ୍ଟରେ ୫୦ ହଜାର ଟଙ୍କାରୁ ଅଧିକ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଆଦାୟ କରାଯିବ। ଆଜିଠାରୁ ଏସବିଆଇର ଅସୁରକ୍ଷିତ କ୍ରେଡିଟ କାର୍ଡରେ ୩.୭୫% ଫାଇନାନ୍ସ ଚାର୍ଜ ଆଦାୟ କରାଯିବ। ଏହାସହିତ TRAI ମେସେଜ୍ ଟ୍ରେସେବିଲିଟି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଏ ନେଇ ଟେଲିକମ୍ କମ୍ପାନୀଗୁଡ଼ିକୁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଥିଲେ ।