ଯାହାର ଶୁଣାଣି କରି ୨୫ ସେପ୍ଟେମ୍ବର ୨୦୨୩ ମସିହାରେ ସାଲେପୁର JMFC କୋର୍ଟ ଦେଇଥିବା ରାୟକୁ ଖାରଜ କଲେ ହାଇକୋର୍ଟ। ଜାନୁଆରୀ ୦୨,୨୦୨୧ ମସିହାରେ ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା। ହେଲେ ମାହାଙ୍ଗା ପୋଲିସ ଚାର୍ଜସିଟ ଦାଖଲ କରିବା ସମୟରେ ପ୍ରତାପଙ୍କ ନାଁ କାଟି ଦେଇଥିଲା। ଯାହାକୁ ବିରୋଧ କରି ସାଲେପୁର JMFC କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର ଲୋକେ। ପୂର୍ବରୁ ଏହି ମାମଲାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ସଜା ଶୁଣାଇଛନ୍ତି ସାଲେପୁର ଦ୍ଵିତୀୟ ଅତିରିକ୍ତ ଦୌରା ଜଜ କୋର୍ଟ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର