ସେହିପରି ଦ୍ୱିତୀୟ ଇଂନିସରେ ବାଂଲାଦେଶ ମାତ୍ର ୧୪୬ ରନ କରିପାରିଥିଲା ଏବଂ ଏହିପରି ଭାବେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୯୫ ରନର ଟାର୍ଗେଟ ମିଳିଥିଲା। ବିରାଟ କୋହଲି ୨୯ ଏବଂ ଋଷଭ ପନ୍ତ ୪ ରନ କରିଥିଲେ। କୋହଲି ନିଜର ଏହି ଇଂନିସରେ ୪ଟି ଚୌକା ସହ ବଡ଼ କୀର୍ତ୍ତିମାନ ନିଜ ନାମରେ କରିଥିଲେ।
କୋହଲି ନିଜ ଇଂନିସର ତୃତୀୟ ଚୌକା ମାରିବା ସହ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ ଚୌକା ପୂରଣ କରଛନ୍ତି। ଟେଷ୍ଟ କ୍ରିକେଟ ମ୍ୟାଚର ଇତିହାସର ଏହି ଟାଇଟଲକୁ ହାସଲ କରିଥିବା କୋହଲି ୫ମ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ଏହା ପୂର୍ବରୁ ଏପରି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବୀରେନ୍ଦର ସହୱାଗ ଏବଂ ବିବିଏସ ଲକ୍ଷ୍ମଣ ଏହି କୀର୍ତ୍ତିମାନ କରିଥିଲେ।
ସଚିନ ତେନ୍ଦୁଲକର ୨୦୫୮
୧୬୫୪- ରାହୁଲ ଦ୍ରାବିଡ
୧୨୩୩- ବୀରେନ୍ଦର ସହୱାଗ
୧୧୩୫- ଭିଭିଏସ ଲକ୍ଷ୍ମଣ
୧୦୦୧-ବିରାଟ କୋହଲି
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର