ଆଜି ସକାଳ ୫ଟା ବେଳେ ବିଦ୍ୟାଧର ମର୍ନିଂ ୱାକକୁ ଯାଇଥିବା ବେଳେ ସୁନାରୀଗୁଡା ଗ୍ରାମ ନିକଟରେ କିଛି ଲୋକ ଏକ ଟାଟା ମ୍ୟାଜିକ ଗାଡ଼ିରେ ଜୋର ଜବରଦସ୍ତି ଉଠାଇ ନେଇ ଥିଲେ । ଘଟଣା ପରେ ପରିବାର ଲୋକେ ବିଷମ କଟକ ଥାନାରେ ଏତଲା ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୋଲିସର ତନାଘନା ।
ତେବେ ଅପହରଣକାରୀମାନେ ବିଦ୍ୟାଧରକୁ ରାୟଗଡା ନିକଟରେ ଛାଡି ଦେଇ ଥିବା ଖବର ପାଇ ରାୟଗଡା ପୋଲିସ ବିଦ୍ୟାଧରକୁ ଉଦ୍ଧାର କରିଛି । ରାୟଗଡ଼ା ଥାନାରେ ବିଦ୍ୟାଧରକୁ ପୋଲିସ ଘଟଣା ସମ୍ପର୍କରେ ପଚରା ଉଚରା ଜାରି ରଖିଛି ।