ସେପଟେ ମୋଦୀ ଙ୍କ ଗସ୍ତ ପାଇଁ ଏୟାର ପୋର୍ଟ, ରାଜ୍ୟ ଅତିଥି ଭବନ, ରାଜ ଭବନ, ଓ ବିଜେପି ରାଜ୍ୟ କାର୍ଯ୍ୟାଳୟ ସବୁଠି କଡା କଡ଼ି ସୁରକ୍ଷା.. ଏ ଦୃଶ୍ୟ ଗତକାଲି ରାତି ର..ବିଜେପି କାର୍ଯ୍ୟାଳୟ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ପୋଲିସ, ଅଗ୍ନିଶମ ଓ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲା SPG ଟିମ ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ବେଳେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ୱାଇ ବି ଖୁରାନିଆ, ପୋଲିସ କମିଶନର , ଡିସିପି, ବିଭିନ୍ନ ବିଭାଗର ସଚିବ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ଥିଲେ ।
ସେପଟେ ଏସ ପିଜି ଟିମ ମଧ୍ୟ ଆଉ ଥରେ ସୁରକ୍ଷା ଯାଞ୍ଚ କରିଥିଲେ..ଦୁଇ ଘଣ୍ଟା ରୁ ଅଧିକ ସମୟ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ରହିବା ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ.. ଏଥିପାଇଁ ମୋଦୀ ଙ୍କ ପସନ୍ଦ ର ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତିନି ଦିନର ଡିଜି ସମ୍ମିଳନୀ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରେ ଆଲୋଚନା ହେବ.. ମାଓ ଦମନ, ବାଂଲାଦେଶୀ ଅନୁପ୍ରବେଶ, ଆତଙ୍କବାଦ, ସହ ସାଇବର ଅପରାଧ ଉପରେ ଗୁରୁମନ୍ତ୍ର ଦେଇ ପାରନ୍ତି ପିଏମ୍।