ଘର
ଓଡ଼ିଶା
ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର
ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର
by Banajyotshna Ray
Puri
| Thu, Nov 28 | 9:53 a.m.
ଅର୍ଗସ ବ୍ୟୁରୋ: ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ । ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର । ଏଥିପାଇଁ ପୁରୀ ଉପକୂଳରେ ଚାଲିଛି ଜୋରଦାର ପ୍ରସ୍ତୁତି। ନୌସେନାର ଯୁଦ୍ଧ ଜାହାଜ ପୁରୀ ଉପକୂଳ ମୁହାଁ ହୋଇଥିବାବେଳେ ସ୍ଥଳ ସେନାର ଆଠଟି ଯୁଦ୍ଧ ଟ୍ୟାଙ୍କର ବି ବେଳାଭୂମିରେ ପହଞ୍ଚିଛି । ବିଏମ୍ ପି ନାମକ ଏହି ଟ୍ୟାଙ୍କର ବି ପ୍ରଦର୍ଶନରେ ସାମିଲ ହେବ। ବ୍ଲୁ ଫ୍ଲାଗ ବିଚ୍ ରେ ସ୍ବତନ୍ତ୍ର ଏନ୍ କ୍ଲୋଜର ପ୍ରସ୍ତୁତ ରହିଛି । ପ୍ରଥମ ଥର ଓଡ଼ିଶା ଉପକୂଳରେ ପାଳିତ ହେବ ନୌସେନା ଦିବସ ।
ନୌସେନାର ୨୪ଟି ଯୁଦ୍ଧ ପୋତ ଏବଂ ୪୦ଟି ଏୟାର କ୍ରାଫ୍ଟ ଯୁଦ୍ଧ କୌଶଳର ପ୍ରଦର୍ଶନ କରିବେ । ନୌସେନା ଅପରେସନାଲ ଡେମୋ ଦେଖାଇବ । ଏୟାର କ୍ରାଫ୍ଟ କ୍ୟାରିଅର, ଫିଗେଟସ, ଡେଷ୍ଟ୍ରୟର ଭଳି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଅଫ୍ ଡେମୋ ଶୋ ଦେଖାଇବେ । ଏଥିସହ ଲେଜର ଶୋର ବି ଆୟୋଜନ କରାଯାଇଛି। ନୌସେନା ଦିବସ ସମାରୋହରେ ସାମିଲ ହେବେ ତିନି ସେନା ମୁଖ୍ୟ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ମୋଟ ସାଢ଼େ ସାତ ହଜାର ଅତିଥି ଯୋଗଦେବେ ।