ଅର୍ଗସ ବ୍ୟୁରୋ: ପୁଣି ପଶ୍ଚିମବଂଗର ମନମାନୀ। ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ। ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ଅନୁମତି ନପାଇ ବେଲଦା ନିକଟରେ ଅଟକିଛି ଶହ ଶହ ଆଳୁ ଟ୍ରକ । ଓଡ଼ିଶାକୁ ଆଳୁ ନେଇ ଆସିବା ବେଳେ ୬୦ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ଅଟକାଇଛି ପଶ୍ଚିମବଙ୍ଗ ପ୍ରଶାସନ । ପଶ୍ଚିମବଙ୍ଗ ରେ ଆଳୁ ଦର ହ୍ରାସ ନ ପାଇବା ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ ରହିବା ନେଇ ସୂଚନା ମିଳିଛି ।