କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ଭାଟେଣୀ ଓ ବଗଗହଣ ଗାଁରେ ବି ପବନ ଓ ବର୍ଷା ପ୍ରଭାବରେ ଘର ଭାଙ୍ଗିଯିବାରୁ ବାସହୀନ ହୋଇଛନ୍ତି ଲକ୍ଷ୍ମୀ ମଣ୍ଡଳ ଓ ପୁରଞ୍ଜନ ମଣ୍ଡଳଙ୍କ ପରିବାର । ଇଏ ତ ଭାତହାଣ୍ଡିରୁ କେତୋଟି । ପବନ ଓ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ବାସହୀନ ହୋଇଛନ୍ତି ରାଜ୍ୟର ଏମିତି ଶହ ଶହ ପରିବାର। ଆଉ ବାତ୍ୟା ଦାନା ଖୋଲିଦେଇଛି ରାଜ୍ୟରେ ଗରିବଙ୍କ ବିକାଶ ନାଁରେ 24 ବର୍ଷ ଧରି ଶାସନ କରିଥିବା ବିଜେଡି ସରକାରର ଅପାରଗତା, ବିଫଳତାର ପୋଲ୍। ଏଥିସହ ଖୋଲିଛି ନବୀନ ସରକାର ମିଛ ପ୍ରଚାରର ଗୁମର।
ଏ ଗରିବଙ୍କୁ ଆବାସ ଯୋଜନାରେ ପକ୍କା ଘର ମିଳିଥିଲେ ଆଜି ଏମାନେ ଏମିତି ଦୁର୍ଦ୍ଦଶାର ସାମ୍ନା କରୁନଥାନ୍ତେ । ପ୍ରକୃତରେ ଗରିବ ଓଡ଼ିଶାଙ୍କୁ ପକ୍କାଘର ମିଳିବାରେ ବାଧକ ସାଜିଥିଲେ ନବୀନ ସରକାର। ମୋଦି ନାଁ ନେଇଯିବେ, ସେଥିପାଇଁ ଗରିବଙ୍କୁ ଘର ଦେଉନଥିଲେ ବିଜେଡି ସରକାର। ଏ ସମ୍ପର୍କରେ ଗତ ଜୁଲାଇ ମାସରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରଖିଥିବା ଉତ୍ତର ଖୋଲିଥିଲା ବିଜେଡି ସରକାରର ପୋଲ। ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ୨୦୧୬ ରୁ ୨୦୨୪ ମଧ୍ୟରେ ଓଡ଼ିଶାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ଏବେ ବି ୧ ଲକ୍ଷରୁ ଅଧିକ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ବିଜେଡି ସରକାରର ପ୍ରିୟା ପ୍ରୀତି ତୋଷଣ ପାଇଁ ବି ଗାଁର ଗରିବ ଲୋକେ ବା ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ବାସହୀନ ଗରିବଙ୍କ ଏ ଦୁର୍ଦ୍ଦଶା ଏବେ ନୂଆ ବିଜେପି ସରକାର ଆଗରେ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । ପ୍ରଶ୍ନ ହେଲା ପରବର୍ତ୍ତୀ ବାତ୍ୟା ପୂର୍ବରୁ ଓଡ଼ିଶା କଚ୍ଚା ଘର ଶୂନ୍ୟ ହୋଇପାରିବ କି ?
ଅଧିକ ପଢ଼ନ୍ତୁ ଓଡିଶା ଖବର: