ଭଦ୍ରକ: ଭଦ୍ରକରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ନେଇ ହିଂସାକାଣ୍ଡ ଘଟଣା । ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତା 2 ତାରିଖ ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା । ହିଂସାକାଣ୍ଡ ମାମଲାରେ ଆଜି ଭଦ୍ରକରୁ 3 ଜଣ ଗିରଫ ହୋଇଛନ୍ତି । ସେହିପରି ଧାମନଗରରୁ 5 ଜଣଙ୍କୁ ଗିରଫ କରାଯାଇଛି । ହିଂସା ଘଟଣାରେ ଏବେ ସୁଦ୍ଧା ଜିଲ୍ଲାରେ 22 ଜଣ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ମୋବାଇଲ ଟ୍ରାକ୍ ସହ ଚଢ଼ଉ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ।
ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଆଲୋଚନା। ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଉପରେ ଏଏସଆଇ ସହ ଆଲୋଚନା। ଏହା ସହ ରଥରେ ଭକ୍ତଙ୍କୁ ନ ଚଢାଇବା ପାଇଁ ଦଇତାପତିଙ୍କୁ କ୍ଷତିପୂରଣ ରାଶି ଉପରେ କମିଟି ଆଲୋଚନା କରିଛନ୍ତି।
ଅଧିକ ପଢନ୍ତୁ : ରୋଷଶାଳାକୁ ଯିବା ପୂର୍ବରୁ ପରୀକ୍ଷା ହେବ ଅବଢା ସାମଗ୍ରୀର ମାନ
ମହାପ୍ରଭୁଙ୍କ କୋଠଭୋଗ ଧନ ଯୋଜନାରେ କେତେ ଟଙ୍କା ବିନିଯୋଗ କରାଯାଉଛି, ଶ୍ରୀମନ୍ଦିର ପରିଚାଳନା ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି ସେନେଇ ଷ୍ଟାଣ୍ଡିଂ କମିଟି ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଗତକାଲି ଷ୍ଟାଣ୍ଡିଂ କମିଟି ପୁରୀ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଥିଲେ ।
ବାଲେଶ୍ବର : ଛଅ ମାସ ରୁ ଅଧିକ ସମୟ ଧରି ଗରମରେ ୧୬୦ ପିଲାଙ୍କୁ ଶୁଆଇଲେ ପ୍ରଧାନ ଶିକ୍ଷକ । ପ୍ରଶ୍ନ କରିବାରୁ କ୍ୟାମେରା ଦେଖି ଚିହିଁକି ଉଠିଲେ ପ୍ରଧାନ ଶିକ୍ଷକ । ଏ ବାବଦରେ ଆଶ୍ରମ ବିଦ୍ୟାଳୟର ପିଲାମାନଙ୍କୁ ପଚାରିବାରୁ ଓଲଟା ନାଲି ଆଖି ଦେଖାଉଛନ୍ତି ପ୍ରଧାନ ଶିକ୍ଷକ। ସମସ୍ୟା ସମାଧାନ କରିବା ବଦଳରେ ପିଲାଙ୍କୁ ଟିସି ନେଇ ପଠେଇ ଦେବେ ବୋଲି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଅନ୍ତେଃବାସୀ ଛାତ୍ର। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସର୍ଦ୍ଦାରବନ୍ଧ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୈତନ୍ୟ ସିଂ ନାମରେ।
ଅଧିକ ପଢନ୍ତୁ : ୨୧ ଛାତ୍ରଛାତ୍ରୀଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାଡେନଙ୍କୁ ଫାଶୀ ଦଣ୍ଡାଦେଶ
ତେବେ ଅନ୍ତେଃବାସୀଙ୍କ ଅଭିଯୋଗ ଯେ ଗତ ଗ୍ରୀଷ୍ମ ଛୁଟି ପୂର୍ବରୁ ପଙ୍ଖା ଖରାପ ହୋଇଥିଲା ହେଲେ ଏପର୍ଯ୍ୟନ୍ତ ତାଙ୍କ ପଙ୍ଖା ସଜଡ଼ା ହୋଇନାହିଁ କି ନୂଆ ପଙ୍ଖା ଲାଗିନାହିଁ। ଏହାଛଡ଼ା ବିଭିନ୍ନ ସମସ୍ୟା ବାବଦରେ ଗତ ୧୨ ସେପ୍ଟେମ୍ବର ରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଇଥିଲେ ଅନ୍ତେବାସୀ ଛାତ୍ର। ଏନେଇ ଗତ ଶୁକ୍ରବାର 27 ତାରିଖ ତଦନ୍ତ ଆସିଥିଲେ ସୁଦ୍ଧା ପିଲାଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ ।
ବଲାଙ୍ଗୀର : ଓଡିଆ ସିନେମା ଷ୍ଟାରଙ୍କୁ ମାଓବାଦୀ ଭୟ। ବଲାଙ୍ଗିର ଖପ୍ରାଖୋଲରେ ସିନେମା ହେଉଥିଲା ସୁଟିଂ। ହଠାତ ଅପହରଣ ନେଇ ସତର୍କ କରାଇଲା ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ। ଏହି ଖବର ଜଣାପଡିବା ପରେ ଅଚାନକ ସିନେମାର ସୁଟିଂ ବନ୍ଦ କରା ଯାଇଛି ।
ଅଧିକ ପଢନ୍ତୁ : ମାଓ ଅପରସନରେ ୩ ମାଓବାଦୀ ନିପାତ
ଖପ୍ରାଖୋଲ ଜଙ୍ଗଲ ଓ ଗନ୍ଧମାର୍ଦନ ଜଙ୍ଗଲରେ ମାଓବାଦୀ ସକ୍ରିୟ ଥିବା ନେଇ ପୂର୍ବରୁ ଜଣାପଡିଛି। ଅନେକ ସମୟରେ CRPF ମାଓବାଦୀ ଗୁଳି ବିନିମୟ ମଧ୍ୟ ହୋଇଛି । ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ ବୋଲି ସୂଚନା ମିଳିଛି ।