ଦେଖନ୍ତୁ ଆପଣଙ୍କ ସ୍କ୍ରିନ ଉପରେ ଦୁଇଟି ଦୃଶ୍ୟ । ଗୋଟିଏ ପିଏମ୍ ମୋଦିଙ୍କ ମାଆ ହୀରାବେନ ବଞ୍ଚିଥିବା ବେଳର । ଆଉ ଗୋଟେ ଆଜି ଦିନର । ସେଦିନ ବି ତାଙ୍କର ଜନ୍ମଦିନ ଥିଲା ଆଉ ଆଜି ବି ତାଙ୍କର ଜନ୍ମଦିନ । ହେଲେ ପାଖରେ ନାହିଁ ତ କେବଳ ଗୋଟିଏ ଶବ୍ଦ ମାଆ । ଯେଉଁମାଆ ପାଖକୁ ପ୍ରତି ଜନ୍ମଦିନରେ ମୋଦି ଛୁଟି ଯାଉଥିଲେ । ତାର ପାଦ ପଖାଳୁଥିଲେ, ଚରଣାମୃତ ପାନ କରୁଥିଲେ, ମାଆ ପଣତରେ ମୁହଁ ପୋଛୁଥିଲେ । ଆଉ ମାଆ ପୁଅ ଜନ୍ମଦିନରେ କେତେବେଳେ ଗୁଡ଼ ଖଣ୍ଡେ ନ ହେଲେ ମିଠା ଟିକିଏ ଖୁଆଇ ଦେଉଥିଲେ । ହେଲେ ଏବେ ମାଆଙ୍କ ଅବର୍ତ୍ତମାନରେ ଜନ୍ମଦିନରେ ଓଡ଼ିଶାରେ, ଏଇ ଆମ ରାଜଧାନୀ ଭୁବନେଶ୍ବରର ଉପକଣ୍ଠରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘରେ ଖିରି ଖାଇ ମାଆଙ୍କୁ ମନେ ପକାଇଛନ୍ତି ପିଏମ୍ ।
ଖିରି ଖାଇ ସଭାସ୍ଥଳକୁ ଆସିବା ପରେ ପିଏମ୍ ମାଆଙ୍କୁ ମନେ ପକାଇଥିଲେ । ଖିରି ଖାଇବା ବେଳେ ମା’ କଥା ମନେପଡ଼ିଥିବା କହିଥିଲେ ମୋଦି । ପରେ ପ୍ରତି ଜନ୍ମଦିନରେ ଯିବା ସହ କେମିତି ମାଆ ତାଙ୍କୁ ଗୁଡ଼ ଖୁଆଇ ଦେଉଥିଲେ ବଖାଣିଛନ୍ତି ମୋଦି । ସେପଟେ ପିଏମଙ୍କ ପାଇଁ ଖିରି ପ୍ରସ୍ତୁତ କରି ବେଶ ଖୁସି ଗାଡ଼କଣର ଅନ୍ତର୍ଯ୍ୟାମୀ ନାଏକଙ୍କ ପରିବାର । ପିଏମ ଘରକୁ ଆସି ଖିରି ଖାଇବା ସେମାନଙ୍କ ପାଇଁ ସୌଭାଗ୍ୟର ବିଷୟ କହି ପରିବାର ଲୋକେ କୃତ୍ୟକୃତ୍ୟ ।
ମାଆଙ୍କ ଦେହାନ୍ତ ଦିନ କର୍ମଯୋଗୀ ମୋଦି ଅନ୍ତିମ ସଂସ୍କାର କରି କେମିତି ରାଜକାର୍ଯ୍ୟ ସମ୍ପାଦିତ କରିଥିଲେ ତାର ନଜାରା ସାରା ବିଶ୍ବ ଦେଖିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଥିଲେ । ହେଲେ ମାଆଙ୍କ ଅବର୍ତ୍ତମାନରେ ଓଡ଼ିଶା ମାଟିରେ ସେ ଭୋଗୁଥିବା ଖଣ୍ଡେ ଶୂନ୍ୟତାକୁ ଆଜି ସର୍ବସମ୍ମୁଖରେ କହିବା ସହ ଭାବପ୍ରବଣ ହୋଇଛନ୍ତି ମୋଦି
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର