ଏହାସହ ବିଶେଷଜ୍ଞ ମାନଙ୍କୁ ନେଇ ଏକ କମିଟି ମଧ୍ୟ ରାଜ୍ୟ ସରକାର ଗଠନ କରିବେ । ଏହାସହ ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ କର୍ପସ ଫଣ୍ଡ ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡିଆ ଭାଷା, ଭାବାବେଗ ଓ ସଂସ୍କୃତି ରସାତଳଗାମୀ କରିଥିଲା ବିଜେଡି ସରକାର । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଥିବା ବ୍ରହ୍ମ ବିଭ୍ରାଟ ଜଗନ୍ନାଥ ପ୍ରେମୀଙ୍କୁ କରିଥିଲା ଆହତ... କୋଭିଡ୍ ସମୟରେ ରଥଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ପାଇଁ ହୋଇଥିଲା ବଡ ଷଡ଼ଯନ୍ତ୍ର । ଏପରିକି ନିର୍ବାଚନ ପୂର୍ବରୁ ବିଜେଡିର ପ୍ରଚାର ପାଇଁ ଜଗନ୍ନାଥଙ୍କୁ ଗାଡିରେ ବସାଇ ଚାଉଳ ଆଦାୟ କରିବାକୁ ନାପସନ୍ଦ କରିଥିଲେ ଲୋକେ.. ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିଲା ସନ୍ଦେହ । ଅହଙ୍କାରର ବଶବର୍ତ୍ତୀ ଥିଲା ବିଜେଡିର ଅଣ ଓଡ଼ିଆ ନେତୃତ୍ଵ । ଶ୍ରୀ ମନ୍ଦିର ଚାରି ଦ୍ଵାର ନଖୋଲିବାକୁ ଥିଲା ନଛୋଡବନ୍ଧା । ସୀମାରେ ସଂଙ୍କଟରେ ଥିଲା ଓଡିଆ ଭାଷା.. ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ମାନଙ୍କ ଭାଷା, ସଂସ୍କୃତି ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଉଦାସୀନ ଥିଲା ନବୀନ ସରକାର । ଏପରିକି ତତ୍କାଳନୀ ମୁଖ୍ୟମନ୍ତ୍ରୀ ନିଜେ ଇଂରାଜୀ ଅକ୍ଷରରେ ଓଡ଼ିଆ ଲେଖାକୁ ପଢି ଭାଷଣ ଦେଉଥିଲେ । ବହୁ ବିଳମ୍ବରେ ସତ୍ୟବାଦୀ ଠାରେ ଓଡିଆ ବିଶ୍ଵବିଦ୍ୟାଳୟ ସିନା ପ୍ରତିଷ୍ଠା ହେଲା କିନ୍ତୁ ନିୟମିତ ଅଧ୍ୟାପକ ଦେଇନଥିଲା ବିଜେଡି ସରକାର । ବରୁଣେଇ ପାଦ ଦେଶରେ ଐତିହାସିକ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ଅର୍ଥ ମଞ୍ଜୁର କରିଥିଲେ ବି ଜାଗା ଦେଉନଥିଲେ ତତ୍କାଳୀନ ରାଜ୍ୟ ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର