ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ ଅଣଛାତ୍ରମାନେ କଲେଜ ଭିତରେ ଧଶେଇ ପସିବା ସହ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରୁଥିଲେ । ଯାହାକୁ ଏନସିସି ଛାତ୍ରଛାତ୍ରୀ ବିରୋଧ କରିବାକୁ ବିଜେଡି ଛାତ୍ର କର୍ମୀ ମାନେ ପୋଲିସ୍ ଉପସ୍ଥିତିରେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଛାଟ୍ରଛାତ୍ରୀ ।
ଅର୍ଗସ ବ୍ୟୁରୋ : ଅଶାନ୍ତ ନିମାପଡା । ନିମାପଡା ମହାବିଦ୍ୟାଳୟରରେ ଏନସିସି ଛାତ୍ରଛାତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ । ବିଜୁ ଛାତ୍ର ଜନତା ଦଳର କର୍ମୀମାନେ କଲେଜ ଭିତରେ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ । କଲେଜର ହୀରକ ଜୟନ୍ତୀ ସମୟରେ ଏନ୍ସିସି କ୍ୟାଡେଟ୍ ଛାତ୍ରଛାତ୍ରୀମାନେ ଶୃଙ୍ଖଳା ଦାୟିତ୍ବରେ ନିଯୋଜିତ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ ଅଣଛାତ୍ରମାନେ କଲେଜ ଭିତରେ ଧଶେଇ ପସିବା ସହ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରୁଥିଲେ । ଯାହାକୁ ଏନସିସି ଛାତ୍ରଛାତ୍ରୀ ବିରୋଧ କରିବାକୁ ବିଜେଡି ଛାତ୍ର କର୍ମୀ ମାନେ ପୋଲିସ୍ ଉପସ୍ଥିତିରେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଛାଟ୍ରଛାତ୍ରୀ ।
ଅର୍ଗସ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଳିଲାନି ଅନ୍ତରିଣ ଜାମିନ। ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କଲେନି ସୁପ୍ରିମକୋର୍ଟ । କୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ମାମଲାର ନିଷ୍ପତ୍ତିକୁ ସୁରକ୍ଷିତ ରଖାଯାଇଛି । ସୁପ୍ରିମକୋର୍ଟ ୯ ମେ ଏହି ମାମଲାର ଶୁଣାଣି କରିପାରନ୍ତି । କେଜ୍ରିୱାଲ ଅବକାରୀ ଦୁର୍ନିତୀ ମାମଲାରେ ନିଜ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ
ମଦ ନୀତି ଦୁର୍ନୀତିରେ ଗିରଫ ହେବା ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ମଙ୍ଗଳବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ଏନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଇଡି ପକ୍ଷରୁ ହାଜର ହୋଇଥିବା ଏଏସଜି ଏସଭି ରାଜୁ ଯୁକ୍ତି ଉପସ୍ଥାପନ କରିଥିଲେ। ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ଏଏସଜି ରାଜୁ ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି । ଏହାର ପ୍ରତିଉତ୍ତରରେ ପଚାରିଛନ୍ତି ୧୦୦କୋଟି କିପରି ୨-୩ ବର୍ଷରେ ୧୧୦୦କୋଟିରେ ପରିଣତ ହେଲା ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଓଡିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ଓ ଛତିଶଗଡ଼ ଉପର ଦେଇ ଏକ ଟ୍ରପ ଲାଇନ ରହୁଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉ ଥିବା ବେଳେ ଆସନ୍ତା୨୪ ଘଣ୍ଟାରେ ମୂରଭଞ୍ଜ, କେନ୍ଦୁଝର ,ବାଲେଶ୍ୱର ,ଭଦ୍ରକ, ଗଞ୍ଜାମ,ଗଜପତି ,କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସଙ୍କେତ ଦେଇଛି ପାଣିପାଗ ବିଭାଗ।
ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକର କିଛି କିଛି ସ୍ଥାନରେ ମଧ୍ୟ ସମାନ ସ୍ଥିତି ରହିବ। ସେହିପରି ଆସନ୍ତାକାଲି ବିଜୁଳି ଘଡଘଡି ସହ ବର୍ଷା ଓ ଝଡିପବନ ହେବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ୯ ତାରିଖରେ ମୟୁରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଯାଜପୁର ଭଦ୍ରକ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ରହିଛି। ବିଶେଷ ଭାବେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡିଶା ର କିଛି ସ୍ଥାନରେ ବର୍ଷାର ସମ୍ଭାବନା ଆଗାମୀ ୩ ଦିନ ଯାଏ ବିସ୍ତାରିତ ବର୍ଷା ପାଇଁ ଓ୍ବାର୍ଣ୍ଣିଙ୍ଗ ରହିଛି। ଏହି ସମୟରେ ୪ ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ବିଭାଗ ଆକଳନ କରିଛି ।
ଅନ୍ୟପଟେ ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରଭାବ ରହିଥିବା ବେଳେ ୭ ରୁ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରହିବ । ଏହାସହ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୨୪ଘଣ୍ଟା ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର