ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ । ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ବାଦଲ ଓ ବାଦଲ ଭିତରେ ସଂଘର୍ଷରେ ହୁଏ ବଜ୍ରପାତ । ଭାରତୀୟ ପାଣିପାଗ ଅନୁଷ୍ଠାନ ତରଫର ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନସାଧାରଣଙ୍କୁ ଅବଗତ କରାଯାଉଛି । କେଉଁ ଠାରେ ବଜ୍ରପାତ ହେବ ଜାଣିବା ପାଇଁ ବୈଜ୍ଞାନିକ ମାନେ ସଫଳ ହୋଇନାହାନ୍ତି, ଅନୁସନ୍ଧାନ ଚାଲିଛି ।
କ୍ଷେତ ଓ ସ୍କୁଲରେ ବହୁ ସଂଖ୍ୟକ ଲୋକେ ବଜ୍ରପାତର ଶିକାର ହେଉଛନ୍ତି । ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ 7 କୋଟି ଟଙ୍କା ପ୍ରଦାନ କରିଛନ୍ତି । ବଜ୍ରପାତରେ ମୃତ୍ୟୁବରଣ କଲେ 4 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଉଛି । ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଖଣିଜ ପଦାର୍ଥ ହେଲା ବିଦ୍ୟୁତର good conductor ବା ସୁପରିବାହୀ । ସେଥିଲାଗି ଏଭଳି ହେଉଛି । ଆଜିଯାଏ କୌଣସି ଜ୍ଞାନ କୌଶଳ ଆସି ନାହିଁ ଯେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ତାହା ଆକଳନ କରିହେବ । ଝାରସୁଗୁଡ଼ାରେ 72 ଓ ବଲାଙ୍ଗୀରରେ 55 ଜଣଙ୍କ ମୃତ୍ୟୁ ହୋଇଛି ଗତ 5 ବର୍ଷରେ । ବଜ୍ରପାତଜନିତ ମୃତ୍ୟୁ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି ସରକାର । ୨୩ ଶହ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଅଛି । ସେଥିରୁ ୨୦୦ କୋଟି ଟଙ୍କା କ୍ଷତି ପୂରଣ ପାଇଁ ରଖିଛୁ । ପାଣ୍ଠି ଯଥେଷ୍ଠ ଅଛି । ରାଜ୍ୟ ବାହାରେ ବଜ୍ରପାତରେ ଓଡ଼ିଆଙ୍କ ମୃତ୍ୟୁ ହେଲେ ସେମାନଙ୍କୁ କ୍ଷତି ପୂରଣ ଦେବାକୁ ସରକାର ବିଚାର ବିମର୍ଶ କରିବେ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।
ଆହୁରି ପଢନ୍ତୁ ଓଡିଶା ଖବର...