ଗାଁର କିଛି ଗର୍ଭବତୀ ମହିଳାଙ୍କୁ ଆସି ଥିଲା ଫୋନ୍ । କହିଲେ ଦିଲ୍ଲୀରୁ ଫୋନ କରୁଛି ମୁଁ ଡାକ୍ତର ଏହା ପରିଚୟ ଦେଇ ଫୋନ କଲେ । ମମତା ଯୋଜନାରେ ଟଙ୍କା ପାଇଲ କି ନାହିଁ ବୋଲି ପଚାରିଲେ । ଗର୍ଭବତୀ ଜଣଙ୍କ ନାହିଁ କହିବା ସହ ବିଭିନ୍ନ ଯୋଜନା କଥା ପଚାରିଥିଲେ ଉକ୍ତ ବ୍ୟକ୍ତି ଜଣଙ୍କ । ପରେ ଓଟିପି ଦିଅ ତୁମ ଖାତାକୁ ଟଙ୍କା ଯିବ କହିବାରୁ ଓଟିପି ଦେବା ପରେ ଆକାଉଣ୍ଟରୁ ରଜାମୁଣ୍ଡା ଗ୍ରାମର ମାଳତୀ କିସାନଙ୍କ ଆକାଉଣ୍ଟରୁ ପଇସା ଗାଏବ୍ ହୋଇଯାଇଥିଲା ।
ତିନି ଥରରେ 20 ହଜାର ଟଙ୍କା କଟିଯିବା ପରେ ଏହା ଏକ ଠକ ବୋଲି ଜାଣି ପାରି ବ୍ୟାଙ୍କ୍ ରେ ଥିବା ଖାତାକୁ ବନ୍ଦ କରିବା ସହ ଲହୁଣୀପଡା ଥାନାରେ ମହିଳା ଜଣଙ୍କ ଏତଲା ଦେଇଛନ୍ତି । ସେପଟେ ଏନେଇ ତଦନ୍ତ କରୁଛି ପୋଲିସ ।
ଆହୁରି ପଢନ୍ତୁ ଓଡିଶା ଖବର...