ସେହିପରି ଦେଶୀମଦର କୁଟୀର ଶିଳ୍ପ ପାଲଟିଥିବା ଆଠଗଡ଼ ଅଞ୍ଚଳରୁ ଦେଶୀ ମଦ ମୁକ୍ତ ଲକ୍ଷ୍ୟରେ ଅବକାରୀ ବିଭାଗ । କୋରୋଙ୍ଗା ଗାଁରେ ଆଠଗଡ଼ ଅବକାରୀ ଏବଂ ମୋବାଇଲ୍ ସ୍କ୍ବାଡ୍ ମିଳିତ ଚଢ଼ାଉ କରି ୯୪୫ ଲିଟର ଦେଶୀ ମଦ ସହ ୯୩୪୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ଗୁଡପୋଚ ନଷ୍ଟ କରିଛି । ଗୋଟିଏ ନମ୍ବର ବୀହିନ କାର ଜବତ ସହ 3ଟି ମାମଲା ରୁଜୁ ହୋଇଛି । ସେହିପରି ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ୍ ମଦ ସାମ୍ରାଜ୍ୟ ଉପରେ ଜୋରଦାର୍ ଚଢାଉ ଜାରି ରଖିଛି ପୋଲିସ୍ ଓ ଅବକାରୀ ବିଭାଗ । କୋଦଳାର ବାଇଗଣିଆସାହି ଓ ଧୋବାଝୋଳା ଏବଂ ବେଗୁନିଆପଡାର ସାଙ୍କୁଡାଠାରେ ଚଢ଼ାଉ କରି ୧୩୪ ଲିଟର ବେଆଇନ ଦେଶୀ ମଦ ଜବତ ସହ 3 ଜଣଙ୍କୁ ଗିରଫ କରିଛି ।
ବାଲିଶିରା ଗାଁ ନିକଟରେ ପୃଥକ୍ ପୃଥକ୍ ସ୍ଥାନରେ ରେଡ୍ କରି 5750 ଲିଟର ପୋଚ ନଷ୍ଟ ସହ 390 ଲିଟର ମଦ ଜବତ କରିଛି ଅବକାରୀ ଟିମ୍ । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।
ପୁରା ରାଜ୍ୟରୁ ବେଆଇନ ମଦର ନେଟୱାର୍କକୁ ଭାଙ୍ଗିବା ପର୍ଯ୍ୟନ୍ତ ରେଡ୍ ଚାଲିବ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଅବକାରୀ ମନ୍ତ୍ରୀ । 24 ବର୍ଷ ଶାସନରେ ହଜାର ହଜାର ବେଆଇନ ମଦ ଭାଟି ଖୋଲି ବିଜେଡି ନେତାଙ୍କ ହାତପାଣ୍ଠିକୁ ମଜବୁତ କରୁଥିଲେ ମଦ ମାଫିଆ। ସରକାର ସବୁ ଜାଣି ଚୁପ ଥିଲେ। ସେତେବେଳେ ମଦଭାଟି ଭାଙ୍ଗିବା ପାଇଁ ଅଣ୍ଟା ଭିଡିଥିଲେ ମହିଳା । ଏବେ ବେଆଇନ ମଦ ବିରୋଧରେ ବଡ଼ ଅଭିଯାନ ଆରମ୍ଭ କରିଛି ବିଜେପି ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର