ଏହା ସହ ସେ ଆହୁରି କହିଛନ୍ତି, ରେଭେନ୍ସା ନିଷ୍ଠୁରତାର ପ୍ରମାଣ ଦେଇଛନ୍ତି, ଜଣେ ଗଣ ହତ୍ୟାକାରୀ ରେଭେନ୍ସା । ଯାହାଙ୍କ ପାଇଁ ଓଡ଼ିଶାର ଏକ ତୃତୀୟାଂଶ ଲୋକ ମୃତ୍ୟୁବରଣ କରିଥିଲେ । ଏଭଳି ଲୋକଙ୍କୁ କେମିତି ଗର୍ବ ବୋଲି କହୁଛି ବିଜେଡି । ବୋଧେ ବିଜେଡି ଲୋକମାନେ ଏବେ ଯାଏଁ ସାମନ୍ତବାଦୀ ଚିନ୍ତାଧାରାରୁ ବାହାରି ନାହାନ୍ତି । ସେମାନେ ଭାବୁଛନ୍ତି ଯେ, ସେ ତାମିଲ ଆସିବ ଓ ଶାସନ କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏ ପ୍ରସଙ୍ଗରେ ବିତର୍କର ଆବଶ୍ୟକତା ରହିଛି । ଯଦି ଦମ୍ ଅଛି, ବିରୋଧୀ ବିଜେଡି ବିତର୍କକୁ ଆସୁ, ଆମେ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଇରାଶିଷ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: